ଗାଡ଼ିରୁ ଖସିପଡିଲେ ମହିଳା, ଅବସ୍ଥା ଗୁରୁତର

ପୁରୀ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ-କୋଣାର୍କ ବେଳାମାର୍ଗ ବେଲେଶ୍ୱରପାଟଣା ଛକ ନିକଟରେ ଏକ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ବେଳାମାର୍ଗ ବେଲେଶ୍ୱରପାଟଣା ଛକ ନିକଟରେ ଥିବା ହମ୍ପ୍‌ସ୍‌ ଠାରେ ପିଟି ହୋଇ ଜଣେ ମହିଳାଙ୍‌ଙ୍କର ଏକ ଗିଅରବିହୀନ ସ୍କୁଟର୍‌ରୁ ଖସିପଡ଼ି ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି । ତେବେ ମୁଣ୍‌ଣ୍ଡରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ପ୍ରଚୁର ରକ୍ତସ୍ରାବ ହେଉଥିବା ବେଳେ ଗୌରୀ ଶଙ୍କର ପାଣିଗ୍ରାହୀ ଓ ତ୍ରିଲୋଚନ ତ୍ରିପାଠୀ ନାମକ ୨ ଜଣ ଯୁବକ ଅନ୍ୟ ବାଟୋଇଙ୍କ ସହାୟତାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ମହିଳା ଜଣକ ହେଲେ ବାସେଳୀ ସାହି ଥାନା ଅଧୀନ ମାଟିତୋଟାର ଅଦିତି ପାତ୍ର (୫୫) ।

ପ୍ରକାଶ ଯେ, ଦୁର୍ଘଟଣା ସ୍ଥଳରେ ଲଗାତର ଭାବେ ୫ଟି ହମ୍ପ୍‌ସ୍‌ ରହିôଥବା ବେଳେ ହମ୍ପ୍‌ସ୍‌ର ଯଥେଷ୍ଟ ପୂର୍ବରୁ ସାଇନ୍‌ ବୋର୍ଡ ଓ ସେଠାରେ ଆଲୋକ ବ୍ୟବସ୍ଥା ନଥିବାରୁ ରାତିରେ ରାସ୍ତା ଅନ୍ଧକାର ରହୁଛି । ଗାଡି ଲାଇଟ୍‌ରେ ଭଲଭାବେ ହମ୍ପ୍‌ସ୍‌ ଜଣାପଡୁ ନାହିଁ । ଫଳରେ ହମ୍ପ୍‌ସ୍‌ରେ କଚି ହୋଇ ବାଇକ ପଛରେ ବସିଥିବା ବ୍ୟକ୍ତି ଖସି ପଡୁଥିବା ଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବା ସ୍ଥାନୀୟ ଲୋକ କହିଛନ୍ତି । ଗତକାଲି ପୂର୍ବାହ୍ନରୁ ସନ୍ଧ୍ୟା ମଧ୍ୟରେ ସେଠାରେ ୫ଟି ଦୁର୍ଘଟଣା ଘଟିଥିବା ବେଳେ ୭ ଜଣ ବାଟୋଇ ରକ୍ତାକ୍ତ ହୋଇଛନ୍ତି ବୋଲି ସେଠାକାର ଲୋକେ କହିଛନ୍ତି । ଏନେଇ ସନ୍ଧ୍ୟାରେ ସେହି ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଛି । ବିଭାଗୀୟ କର୍ତ୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେବାକୁ ଦାବୀ ହୋଇଛି ।

Leave A Reply

Your email address will not be published.