ls

ଭୋଟ ଗଣତି ଫଳାଫଳ ଜାଣିବା ପୂର୍ବରୁ ଚାଲିଗଲା ସମିତି ସଭ୍ୟ ପ୍ରାର୍ଥୀଙ୍କ ଜୀବନ

sb

ଘଟଗାଁ : ମତଦାନ ଶେଷ ହୋଇଥିବା ବେଳେ ଗତକାଲି ଥିଲା ଭୋଟ ଗଣତିର ପ୍ରଥମ ପର୍ଯ୍ୟାୟ । ଭୋଟ ଗଣତି ହୋଇ ଅପେକ୍ଷା ରହିଥିଲା ଫଳାଫଳ ଜାଣିବା କିନ୍ତୁ ଫଳାଫଳ ଜାଣିବା ପୂର୍ବରୁ ଚାଲିଗଲା ସମିତି ସଭ୍ୟ ପ୍ରାର୍ଥୀଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଶଗଡପଟା ପଂଚାୟତର ସମିତି ସଭ୍ୟ ପ୍ରାର୍ଥୀ ସଞ୍ଜିବ୍ କୁମାର୍ ବ୍ୟାସଙ୍କର ଶୁକ୍ରବାର ରାତିରେ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ସଞ୍ଜୀବଙ୍କ ବିୟୋଗ ଫଳରେ ହରିଚନ୍ଦନପୁର ଅଞ୍ଚଳ ଏବଂ ଶଗଡ଼ପଟା ଗ୍ରାମ ପଞ୍ଚାୟତବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

pc pk
Leave A Reply

Your email address will not be published.