oom

ଜାମପଦର ନିକଟରେ ସଡକ ଦୁର୍ଘଟଣା : ଛାତ୍ର ଆହତ, ଦୁଇ ବାଇକ ଆରୋହୀ ଗୁରୁତର

jsmm

କଳାହାଣ୍ଡି, (ପି. କେ. ସାହୁ) : ନର୍ଲା ବ୍ଲକ ଜାମପଦର ନିକଟରେ ଆଜି ୧୨.୩୦ ସମୟରେ ଏକ ବାଇକ ଜଣେ ଛାତ୍ରକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ଖବରରୁ ଜଣାପଡିଛି ଯେ, ଟୁଣ୍ଡଲା ଗ୍ରାମର ପିଣ୍ଟୁ ସା (୨୬) ଓ ନୀରଜ ପଧାନ (୪୦) ନାମକ ଦୁଇଜଣ ବ୍ୟକ୍ତି ଟୁଣ୍ଡଲାରୁ ବଜାଜ ପଲସର ବାଇକ ଯୋଗେ ଅତି କ୍ଷୀପ୍ର ଗତିରେ ଭବାନୀପାଟଣା ଅଭିମୁଖେ ଯାଉଥିଲେ । ନର୍ଲା ବ୍ଲକ୍ ଅଧିନସ୍ଥ ଜାମପଦର ନିକଟରେ ଛତ୍ରୀଆ ନାମକ ଏକ ୧୧ ବର୍ଷର ଛାତ୍ର ରାସ୍ତା କଡରେ ସାଇକେଲ ଚଳାଉଥିଲା । ବାଇକ ଚାଳକ ଭାରସାମ୍ୟ ହରାଇ ଛାତ୍ର ଜଣକୁ ପିଟି ଦେବାରୁ ଛାତ୍ର ଜଣକ ରାସ୍ତା କଡକୁ ସାଇକେଲ ସହ ଖୁବ୍ ଯୋରରେ ଛିଟିକି ପଡି ଗୁରୁତର ହୋଇଥିଲେ । ବାଇକ ଆରୋହୀ ଦୁଇଜଣ ମଧ୍ୟ ଖୁବ୍ ଯୋରରେ କଚାଡି ହୋଇ ରାସ୍ତା କଡକୁ ପଡିଯାଇଥିଲେ । ଫଳରେ ବାଇକ ଚାଳକ ପିଣ୍ଟୁ ଓ ଆରୋହୀ ନୀରଜଙ୍କ ମୁଣ୍ଡ, ଛାତି, ଆଣ୍ଠୁ, ଓଠ, ଆଖିପଡାରେ ଗୁରୁତର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ଆହତ ତିନିଜଣଙ୍କୁ ନର୍ଲା ଡାକ୍ତରଖାନା ଆଣି ଚିକିତ୍ସା କରାଯାଉଥିବା ବେଳେ ନର୍ଲା ଡାକ୍ତରଖାନା ଚିକିତ୍ସା ଦାୟିତ୍ୱରେ ରହିଥିବା ଉଲିକୁପା ଆୟୁଷ ଡାକ୍ତର ସୁଶ୍ରୀ ଅମୀଶା ପାଣ୍ଡେ ବାଇକ ଆରୋହୀ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.