
ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ଡିସେମ୍ବର ୧୯ ତାରିଖ ଓ ୨୦ ତାରିଖ ଦୁଇଦିନ ଧରି ହେବାକୁ ଥିବା ଗନ୍ଧମାର୍ଦ୍ଦନ ପାଦଦେଶରେ ମା’ ଦୁର୍ଗେଇ ଦେବୀଙ୍କ ପୂଜନୋତ୍ସବ ଉପଲକ୍ଷେ ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମନଭଙ୍ଗ ଡେମଠାରେ ନବୀନ ମଲ୍ଲିକଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଖପାଖ ତଥା ଏହି ଅଞ୍ଚଳରେ ଥିବା କୁଢେରଫସା, ଲଉଡମାଲ, ନୁଆଗାଁ, ମନମଥପାଲି, ମିଠାପାଲି, ମୋତିପାଲି, ପତ୍ରାପାଲି, ପିପଲଖୁଣ୍ଟା, ବିଜୟନଗର, ଲୁକୁପାଲି ଆଦି ଗ୍ରାମର ଅନେକ ଜନସାଧାରଣ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ । କୋଭିଡ ନିୟମ ପାଳନ କରି ଏହି ଉତ୍ସବ କିପରି ଶାନ୍ତି ଶୃଙ୍ଖଳାର ସହିତ ସୂଚାରୁ ରୂପେ ପାଳିତ ହେବ ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଏହି ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଦୁର୍ଗେଇ ଦେବୀଙ୍କ ପୂଜାରୀ ନବୀନ ମଲ୍ଲିକ, ନକୁଳ ମଲ୍ଲିକ, ଅନିରୁଦ୍ଧ ମଲ୍ଲିକଙ୍କ ସମେତ ପୂଜା ଉତ୍ସବର ପରିଚାଳନା କମିଟି ସଭାପତି ମଧୁସୂଦନ ପାଣ୍ତେ, ଉପସଭାପତି ପୂର୍ଣ୍ଣ ଭୁଏ, ସଂପାଦକ ବେଣୁଧର ମଲ୍ଲିକ, କୋଷାଧ୍ୟକ୍ଷ ହୀରଣ୍ୟ ମଲ୍ଲିକ, ସଭ୍ୟ ରଣଜିତ ମଲ୍ଲିକ, ସୁରଥ ମଲ୍ଲିକ, ତ୍ରିନାଥ ମଲ୍ଲିକ, ଟିକେଶ୍ଵର ମାହାର, ଗୋଲାପ ଦାସ, ଶୁକ୍ତୁ ମଲ୍ଲିକ, ରାମେଶ୍ଵର ଧରୁଆ, ରୁବିଧ ଧରୁଆ, ଚିନ୍ତାମଣି ବଗାର, ବୈଦ୍ୟରାଜ ବଜାରୁ ଧରୁଆ, ପୂର୍ବତନ ସରପଞ୍ଚ ପାନାଲାଲ ସେଠ, ବାବୁଲାଲ, ମକରଧ୍ୱଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପୂଜା ଉତ୍ସବ କମିଟି ସଂପାଦକ ସଭାପତିଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।