ପାଇକମାଲ ଦୁର୍ଗାପୂଜା ପରିଚାଳନା କମିଟି ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସହରର ଚଳିତ ବର୍ଷ ପାଇଁ ସାର୍ବଜନୀନ ଦୁର୍ଗାପୂଜା ପରିଚାଳନା କମିଟି ଗଠନ କରାଯାଇଛି । ସର୍ବସମ୍ମତି କ୍ରମେ ସଭାପତି ଭାବେ ଯୁବ ନେତା ସୁଶାନ୍ତ କୁମାର ନାଗ, ଉପ ସଭାପତି ରାକେଶ କୁମାର ଅଗ୍ରୱାଲ, ସଂପାଦକ କୁବେର ରଣା, ସହ ସଂପାଦକ ଯୋଗେନ୍ଦ୍ର ଭୋଇ, କୋଷାଧ୍ୟକ୍ଷ ମହେଶ କୁମାର ଅଗ୍ରୱାଲଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି । ପରିଚାଳନା କମିଟିର ସଦସ୍ୟ ଭାବରେ ଆକାଶ ପାଣିଗ୍ରାହୀ, ରୋଶନ ପାଣିଗ୍ରାହୀ, ଦିବାକର ତାଣ୍ଡି, ବିକି ଅଗ୍ରୱାଲ, ବିକାଶ ବହିଦାର, ପ୍ରଶାନ୍ତ ମିଶ୍ର, କୁନ୍ଦନ ପ୍ରଧାନ, ମୁଜାଫର ହୁସେନ, ମୁକେଶ ରାଓ, ବିବେକ ଅଗ୍ରୱାଲ, କମଲ ପଟେଲ, କମଲେଶ ଅଗ୍ରୱାଲ, ଆୟୁଷ ଅଗ୍ରୱାଲ ପ୍ରମୁଖଙ୍କୁ ସଭ୍ୟ ଭାବେ ମନୋନୀତ କରାଯାଇଛି । ଉପଦେଷ୍ଟା କମିଟିର ଭାବରେ ବିନୋଦ କଲିଆ, ରାଜେଶ ଅଗ୍ରୱାଲ, ଗୟାଧର ପ୍ରଧାନ, ରାମ ରତନ ପୁରୋହିତ, ଗୋବର୍ଦ୍ଧନ ଅଗ୍ରୱାଲ, ସରୋଜ ସାମଲ, ଦନାର ବରିହା, ଶ୍ରୀପତି ସାହୁ, ଦେବଦତ୍ତ ମେହେର, ବୀର ପ୍ରଧାନ, ଗୋପ ପ୍ରଧାନ, ପ୍ରମୋଦ ସିଂ, ଲିଙ୍ଗରାଜ ମିଶ୍ର, ସନ୍ତୋଷ ପାଣିଗ୍ରାହୀ, ସୁଶିଲ ଅଗ୍ରୱାଲ ପ୍ରମୁଖଙ୍କୁ ପୂଜାକାର୍ଯ୍ୟ ତୁଲାଇବା ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି ।

jittmm
Leave A Reply

Your email address will not be published.