ନବଦିନାତ୍ମକ ବାସନ୍ତୀକ ଦୁର୍ଗାପୂଜା ପାଇଁ ଶୁଭସ୍ତମ୍ଭ ସ୍ଥାପନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଦୁର୍ଗା ମଣ୍ଡପ ନିକଟରେ ସ୍ଥାନୀୟ ଶାରଳା ଶକ୍ତିପୀଠର ନବଦିନାତ୍ମକ ବାସନ୍ତିକ ଦୁର୍ଗାପୂଜା ସକାଶେ ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି । ଏହି ଅବସରରେ ଶାରଳା ଶକ୍ତିପୀଠର ମୁଖ୍ୟ ପୃଷ୍ଠପୋଷକ ତଥା ଅଧକ୍ଷ ଦେବୀପୁତ୍ର ମୁରଲୀ ଭୋଇଙ୍କ ସହିତ ପଣ୍ଡିତ ବଳରାମ ମିଶ୍ର ଓ ବିଜୟ ମିଶ୍ର, କର୍ତ୍ତା ସୁରେନ୍ଦ୍ର ପଧାନ, ଆନନ୍ଦ ପୁଟେଲ, ବ୍ରଜମୋହନ ବିଷୋୟୀଙ୍କ ସମେତ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ଆସନ୍ତା ମାର୍ଚ୍ଚ ୧୮ରୁ ୨୭ ତାରିଖ ପର୍ଯ୍ୟନ୍ତ ମା’ଙ୍କ ବିଭିନ୍ନ ବେଶ କରାଯିବା ସହିତ ପ୍ରତ୍ୟହ ଭଜନ କୀର୍ତ୍ତନ, ଚଣ୍ଡୀପାଠ, ହୋମଯଜ୍ଞ, ପ୍ରବଚନ ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି । ଏଥିସହିତ ଇଚ୍ଛୁକ ଶ୍ରଦ୍ଧାଳୁ ଦେବୀଙ୍କ ନିକଟରେ ତ୍ରିଦିନାତ୍ମକ ଅଥବା ନବ ଦିନାତ୍ମକ ଭାବେ ଅଖଣ୍ଡ ଜ୍ୟୋତି ଜଳାଇ ପାରିବେ । ପ୍ରତ୍ୟହ ସକାଳ ୬ଟାରେ ଦେବୀଙ୍କ ମଙ୍ଗଳ ଆଳତୀ ତଥା ନୀତିପୂଜା, ୮ ଟାରେ ଅବତାର ପୂଜା, ୧୦ଟାରେ ସକାଳ ଆଳତୀ, ପୁଷ୍ପାଞ୍ଜଳି ଓ ବାଳଭୋଗ ଅର୍ପଣ, ଅପରାହ୍ନ ୧ଟାରେ ଚଣ୍ଡୀପାଠ ଓ ପରେ ହୋମଯଜ୍ଞ ତଥା ପ୍ରସାଦ ସେବନ ଏବଂ ସନ୍ଧ୍ୟାରେ ଆଳତୀ କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି । ଶୁଭାରମ୍ଭ ସ୍ଥାପନ ଅବସରରେ ସଞ୍ଜୀବ ସାହୁ, ଅଜିତ କର, ସୁରଜ ସିଥ, ମକରଧ୍ୱଜ ବିନ୍ଧାଣି, ଅଜୟ ବେହେରା, ରାଧାକାନ୍ତ ନାଏକ, ସତ୍ୟନାରାୟଣ ମେହେର, ଅନନ୍ତ ସେଟ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.