oom

୨୪ତମ ଦୁର୍ଗାପୂଜାରେ ରାବଣ ରାଜ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକର ପଲ୍ଲୀବିକାଶ (ଭାଙ୍ଗମୁଣ୍ଡା-ବେହେରାମୁଣ୍ଡା ଛକ)ଠାରେ ଅନୁଷ୍ଠିତ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଅବସରରେ ଶନିବାର ସପ୍ତମୀରେ କଳସ ଯାତ୍ରା ସହ ମା’ ଦୁର୍ଗାଙ୍କର ପୂଜା ମହାଆଡମ୍ବର ସହ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବ ଉପଲକ୍ଷେ ରାମଳୀଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁକ୍ତାକାଶ ରଙ୍ଗମଞ୍ଚରେ ବ୍ରହ୍ମା ବରପ୍ରାପ୍ତି ପରେ ରାଜ କୁମାର ରାବଣଙ୍କୁ ରାଜ ଦରବାରରେ ରାଜ୍ୟାଭିଷେକ କରାଯାଇଥିଲା ଓ ଏହାପରେ ପଲ୍ଲୀବିକାଶ ଅଞ୍ଚଳ ଲଙ୍କାପୁରୀରେ ପରିଣତ ହୋଇଥିଲା । ମହାରାଜ ଦସାନନଙ୍କ ଅଟ୍ଟାହାସ୍ୟରେ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା । ପରେ ଦରବାରରେ ରାମ ବନବାସ, ସୁର୍ପନଖାର ନାଶା ଛେଦନ, ସୀତା ଚୋରି କାର୍ଯ୍ୟକ୍ରମକୁ ଦେଖି ଦର୍ଶକ ଭାବ ବିହ୍ଵଳିତ ହୋଇପଡିଥିଲେ । ଅଂଚଳର ଜଣାଶୁଣା କଳାକାର ଇସମାଇଲ ମହମ୍ମଦ ରାବଣ ଭୂମିକାରେ ଅଭିନୟ କରିଥିବା ବେଳେ ମନ୍ତ୍ରୀ ସୂଚନ୍ଦନ ପଧାନ ଓ ଅନ୍ୟ କଳାକାରମାନେ ନିଖୁଣ ଅଭିନୟ କରିଥିଲେ । ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ଦେବେନ୍ଦ୍ର ଯୋଶୀ, ସମାଜସେବୀ ରଞ୍ଜନ କୁମାର ପଣ୍ଡା, ରୁକ୍ମନ ଦିଶ୍ରୀ, ପ୍ରଦୀପ ସାହୁ, ଡୋଳାମଣି ତରିଆ, ବିଡ଼ିଓ ସାହୁ, ଡୋଲାମଣି ସାହୁ, ଭୀଷ୍ମଦେବ ମହାନ୍ତି, ପୁରୁଷୋତ୍ତମ ସାହୁ, ଗୌତମ ସାହୁ, କୈଳାଶ ବେହେରା ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଦୁର୍ଗାପୂଜା କମିଟିର ସଭାପତି କୀର୍ତ୍ତି ଚରଣ ସରାପ ମଞ୍ଚ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.