oom

ତୁଳସୀନଗର ଦୁର୍ଗାପୂଜା କମିଟି ପୁର୍ନଗଠିତ : ସଭାପତି କିଶୋର ରଥ, ସଂପାଦକ ସୁନୀଲ ମହାନ୍ତି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ତୁଳସୀନଗରପଡା ଦୁର୍ଗାପୂଜା କମିଟି ବୈଠକ ସଭାପତି କିଶୋର କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ୧୫ତମ ଦୁର୍ଗାପୂଜାକୁ ମହାସମାରୋହରେ ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଦୁର୍ଗାମଣ୍ଡପର ଅଧୁରା କାର୍ଯ୍ୟ କିପରି ଶୀଘ୍ର ସମାପ୍ତ ହେବ ସେନେଇ ଆଲୋଚନା ହୋଇଥିଲା । ଏଦିଗରେ ସମସ୍ତ ସଦସ୍ୟ ଆନ୍ତରିକ ସହଯୋଗ କରିବା ସହ ସୁଚିନ୍ତିତ ମତାମତ ଦେବାକୁ ଅନୁରୋଧ କରାଯାଇଥିଲା । ଚଳିତ ଦୁର୍ଗାପୂଜା ତିନିଦିନାତ୍ମକ ପୂଜା କରିବାକୁ ନିଷ୍ପତ୍ତି ହୋଇଥିଲା । ବୈଠକରେ ସର୍ବସମ୍ମତିକ୍ରମେ ଗତବର୍ଷର ପୂଜା କମିଟି ଯଥାସ୍ଥିତି ରହିବ ବୋଲି ନିଷ୍ପତ୍ତି ହୋଇଥିଲା । ସଭାପତି ଭାବେ କିଶୋର କୁମାର ରଥ ଏବଂ ସମ୍ପାଦକ ଭାବେ ସୁନୀଲ କୁମାର ମହାନ୍ତିଙ୍କୁ ପୁନଃ ଦାୟିତ୍ୱ ଅର୍ପଣ କରାଯାଇଥିଲା । କମିଟିରେ ନୀଳାଦ୍ରୀ ବିହାରୀ ସିଂ ଓ ଚକ୍ରପାଣି ରଣା ଉପସଭାପତି, ଆଲୋକ ପାଣିଗ୍ରାହୀ ଓ ଗୋବିନ୍ଦ ବହିଦାର ସହସମ୍ପାଦକ, ନାରାୟଣ ମିଶ୍ର କୋଷାଧ୍ୟକ୍ଷ ଏବଂ ଅଜୟ ମହାପାତ୍ର ସହକୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ । ଏହା ସହ ୧୫ ଜଣିଆ ଉପଦେଷ୍ଟା କମିଟି ଗଠନ କରାଯାଇଛି । ଏଥିରେ ବରିଷ୍ଠ ସଦସ୍ୟମାନଙ୍କୁ ରଖାଯାଇଛି । ଅଡିଟର ଭାବେ ଡ. ମହେଶ ପଟ୍ଟନାୟକ ଏବଂ ଇନ୍ଦ୍ରମଣି ରଥଙ୍କୁ ଦାୟିତ୍ୱ ଦିଆଯାଇଛି । ଉପଦେଷ୍ଟା କମିଟିରେ ବାଞ୍ଚାନିଧି ମିଶ୍ର, ପୂର୍ବତନ ଏସ୍‌ପି ବିବେକ ରଥ, ଗୌରାଙ୍ଗ ମିଶ୍ର, ଡ. ବିପିନ ବିହାରୀ ମିଶ୍ର, ସୁରେନ୍ଦ୍ର ନେଗୀ, ଭଗବାନ ବଗର୍ତ୍ତୀ, ରଞ୍ଜିତ ମହାନ୍ତି, ସତ୍ୟ ସିଂ, ଆନନ୍ଦ ଖୁଆସ, ବିଭୂତି ଶଙ୍କର ବିନ୍ଧାଣୀ, ସଞ୍ଜୟ ମିଶ୍ର, ବନମାଳୀ ବାଗ, କବିରାଜ ଭୋଇ, ବାଲାଜୀ ପଣ୍ଡା, ଡା. ବିପିନ ତ୍ରିପାଠୀ, ସତ୍ୟନାରାୟଣ ରଥ, ପ୍ରହଲ୍ଲାଦ ଭୋଇ, ନୀଲ ସେଠ୍‌, ବାଞ୍ଛା ସେଠ, ପ୍ରଫୁଲ୍ଲ ମେହେର, ସୁରେନ୍ଦ୍ର ଅଶ୍ୱପାଳ, ସୁଦାମ ସାହୁ, ଛବିଳ ବଗର୍ତ୍ତିୀ, ଚୈତନ୍ୟ ସା, ହରେକୃଷ୍ଣ ଆଡଜୁଆଡ, ବିଶ୍ୱମ୍ବର ମିଶ୍ର, ସମରେନ୍ଦ୍ର ଜଟି, ଶୁକଦେବ ଷାଣ୍ଢ, ସଞ୍ଜୟ ଭୋଇ, ବିଭୂତି ପୋଢ, କବିରାଜ ଭୋଇ଼, ପଦ୍ମନାଭ ମିଶ୍ର, ରାଧାନାଥ ପାଣିଗ୍ରାହୀ, ବିଜୟ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ । ବୈଠକ ପୂର୍ବରୁ ଦିବଙ୍ଗତ ସଦସ୍ୟ ସୁଶାନ୍ତ ସୁତାର ଏବଂ ରାଜେନ୍ଦ୍ର ସାହୁଙ୍କ ନିମନ୍ତେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ବରିଷ୍ଠ ସଦସ୍ୟ ରାଧେଶ୍ୟାମ ମିଶ୍ର ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.