ଡେଲାଙ୍ଗରେ ଦୁର୍ଗାପୂଜା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ଶାରଦୀୟ ଦୁର୍ଗାପୂଜା ତଥା ବିଜୟା ଦଶମୀ ତିଥିରେ ମା’ ଦୁର୍ଗା ମହିଷାସୁରକୁ ବଦ୍ଧ କରି ଧରାପୃଷ୍ଠରୁ ଦାନବ ଶକ୍ତିକୁ ଲୋପ କରି ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ଜୟ ନେଇ ଯୁଗେ ଯୁଗେ ମା’ ଦୁର୍ଗାଙ୍କ ପୂଜା ଭାରତର କୋଣ ଅନୁକୋଣରେ ଦଶହରା ପର୍ବ ରୂପେ ପାଳନ ହେଉଛି । ଦଶହରା ପର୍ବ ଅବସରରେ ଡେଲାଙ୍ଗ ବ୍ଲକର ପୁର ପଲ୍ଲୀରେ ଥିବା ଚଣ୍ଡିପୀଠ, ଦୋକାନ ବଜାର, ଘରେ ଘରେ ପିଠାପଣା, ମିଷ୍ଟାନ ବଣ୍ଟନ ସହ ସଜବସାଇ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରି ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ସାଂସ୍କୃୃତିକ କାର୍ଯ୍ୟକ୍ରମ ସହ ପାଇକ୍‌ ଆଖଡା ଓ ମଲ୍ଲଯୁଦ୍ଧ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ଡେଲାଙ୍ଗ ଷ୍ଟେସନ ବଜାର, ଡେଲାଙ୍ଗ ହାଟ ବଜାର ପୂଜା କମିଟି ଏବଂ ଓଉପଡା ଗ୍ରାମବସୀ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ସୁସଜ୍ଜିତ ମେଢ, ବିରାଟକାୟ ତୋରଣ ସହ ରଙ୍ଗ ବେରଙ୍ଗର ଆଲୋକସଜ୍ଜା, ମା’ ଦୁର୍ଗାଙ୍କ ମାଟିର ମୃଣ୍ମୟ ମୂର୍ତ୍ତୀର ସୁଶୋଭିତ ଶେଭା ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲୋକସଜ୍ଜା, ବାଜାବାଣ, ଘଣ୍ଟଘଣ୍ଟା, ମନ୍ତ୍ର ଧ୍ୱନୀ ସମଗ୍ର ଅଞ୍ଚଳରେ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ପ୍ରତ୍ୟେହ ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ମା ଦୁର୍ଗାଙ୍କ ଭଷାଣୀ ଶୋଭାଯାତ୍ରାରେ ସ୍ଥାନୀୟ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.

error: Content is protected !!