jayashree

୪୨ ବର୍ଷରେ ଗାନ୍ଧୀନଗରପଡା ଦୁର୍ଗାପୂଜା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଗାନ୍ଧୀନଗରପଡା ସାର୍ବଜନୀନ ଦୁର୍ଗାପୂଜା ୪୨ ବର୍ଷରେ ପଦାର୍ପଣ କରିଛି । ଦୁର୍ଗାପୂଜା କମିଟି ପକ୍ଷରୁ ନବରାତ୍ର ପୂଜା ପାଳିତ ହୋଇଯାଇଥିବା ବେଳେ ୨୬ ତାରିଖରେ କଳସଯାତ୍ରା ଆରମ୍ଭ ହୋଇ ମା’ ଶୈଳପୁତ୍ରୀ ଦେବୀଙ୍କ ପୂଜା ଓ ଚଣ୍ଡିପାଠ ହୋଇଥିବା ବେଳେ ବିଧିବଦ୍ଧ ଭାବେ ବ୍ରହ୍ମଚାରିଣୀ ଦେବୀଙ୍କ ପୂଜା, ଚନ୍ଦ୍ରଘଣ୍ଟା ଦେବୀଙ୍କ ପୂଜା, କୁଷ୍ମାଣ୍ଡା ଦେବୀଙ୍କ ପୂଜା, କାତ୍ୟାୟିନୀ ଦେବୀଙ୍କ ପୂଜା, ସପ୍ତମୀ ପୂଜା, କାଳରାତ୍ରୀ ଦେବୀଙ୍କ ପୂଜା ଓ ଭାଇ ଜୁଇନ୍ତିଆ, ଅଷ୍ଟମୀ, ମହାଅଷ୍ଟମୀ ମହାଗୌରୀଙ୍କ ପୂଜା, ନବମୀ ସିଦ୍ଧିଦାତ୍ରୀ ଦେବୀଙ୍କ ପୂଜା ଓ ଦଶହରା ପୂଜା ଅନୁଷ୍ଠିତ ହେବ । ମୁଖ୍ୟ ପଣ୍ଡିତ ଆଚାର୍ଯ୍ୟ ବଂଶୀଧର ମିଶ୍ର ସମ୍ବଲପୁର, ପଣ୍ଡିତ ଜିତେନ୍ଦ୍ର ମିଶ୍ର ଓ ସହଯୋଗୀ ପଣ୍ଡିତ ଅତାବିରା ବରଗଡ ପଣ୍ଡିତ ଦାୟିତ୍ୱ ତୁଳାଇଛନ୍ତି । ଦୁର୍ଗାପୂଜା କମିଟିର ସଭାପତି କିଶୋର ଦଣ୍ଡସେନା, ଉପସଭାପତି ପ୍ରଶାନ୍ତ ସେଠ, ସଂପାଦକ ପ୍ରଦୀପ ମହାପାତ୍ର, ସାଂଗଠନ ସଂପାଦକ ଥବିର ସେଲମା, କୋଷାଧ୍ୟକ୍ଷ ସୂର୍ଯ୍ୟକାନ୍ତ ବେଚ ଦାୟିତ୍ୱ ତୁଳାଇଛନ୍ତି । କଟକଣା ଯୋଗୁଁ ବିଗତ ଦୁଇ ବର୍ଷ ହେବ ରାବଣ ପୋଡି ପାଳିତ ହୋଇପାରୁନଥିବା ବେଳେ ଏ ବର୍ଷ କେବଳ ୯ ଦିନ ଯାଏଁ ପୂଜାର୍ଚ୍ଚନା, ହୋମଯଜ୍ଞ କରାଯିବା ସୂଚନା ରହିଛି ।

Leave A Reply

Your email address will not be published.