oom

ମହାରାଣୀ ଦୁର୍ଗାବତୀଙ୍କ ସଂଗ୍ରାମୀ ଜୀବନୀ ପାଠ୍ୟ ପୁସ୍ତକରେ ସାମିଲ ପାଇଁ ଦାବୀ : ମହାରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ପାଳିତ

jsmm
  • ମହିଳା ଶକ୍ତିକୁ ସଂଗଠିତ କରିବା ପାଇଁ ଗୁରୁତ୍ୱ
    ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୋଣ୍ଡୱାନା ମହାରାଣୀ ଦୁର୍ଗାବତୀ ମଣ୍ଡାବିଙ୍କ ୪୫୮ତମ ଆତ୍ମ ବଳିଦାନ ଦିବସ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ବଲାଙ୍ଗିର ଅନୁକୁଲ୍ୟରେ ସ୍ଥାନୀୟ ଗୋଣ୍ଡୱାନା ଭବନ ପରିସରରେ ପାଳିତ ହୋଇଯାଇଛି । କୋଭିଡ୍‌-୧୯ର ନିୟମକୁ ପାଳନ କରି ଭବନ ପରିସରରେ ଥିବା ମହାରାଣୀ ଦୁର୍ଗାବତୀଙ୍କ ପ୍ରତିମୁର୍ରତୀରେ ମାଲ୍ୟାର୍ପଣ ସହ ରାଜ୍ୟସ୍ତରୀୟ ଭିଡିଓ କନଫରେନସ୍‌ ସଭାରେ ଯୋଗଦେଇଥିଲେ । ଇତିହାସରେ ମହାରାଣୀମାନଙ୍କ ବୀରତା ବିରଳ କିନ୍ତୁ, ଗୋଣ୍ଡୱାନା ରାଜ୍ୟ ମହାରାଜା ସଗ୍ରାମ ଶାହା ମଣ୍ଡାବିଙ୍କ କୂଳବଧୁ ଯିଏ ସ୍ୱାମୀ ମହାରାଜା ଦଲପତ ଶାହାଙ୍କ ଅକାଳ ମୃତ୍ୟୁ ପରେ ଖ୍ରୀ୧୫୫୦ରୁ ଖ୍ରୀ୧୫୬୪ ପଯ୍ୟନ୍ତ ଶାସନ କରିଥିଲେ । ତାଙ୍କ ସମୟରେ ସୁବର୍ଣ୍ଣ ମୁଦ୍ରା ପ୍ରଚଳନ, ରାଜ୍ୟ ପରିସୀମା ବର୍ଦ୍ଧନ, ବହୁ ପୋଖରୀ, ଦୁର୍ଗ, ଚାଷୀଗ୍ରାମ ସୃଷ୍ଟି କରି ଅତ୍ୟନ୍ତ ପ୍ରଜା ବତ୍ସଳ ଥିଲେ । ମହାରାଣୀ ଚଉଦବର୍ଷ ଶାସନକାଳ ମଧ୍ୟରେ ଏକାବନ ଥର ଓ ମୋଗଲଙ୍କ ସହିତ ତିନିଥର ଯୁଦ୍ଧ କରି କେବେ ପରାଜିତ ହୋଇ ନଥିଲେ । ସମ୍ରାଟ ଆକବରଙ୍କ ଦ୍ୱାରା ପ୍ରେରିତ ଛଅଜଣ ସେନାପତି ମାନଙ୍କ ସହିତ ଯୁଦ୍ଧ କରି ଚାଲିଶ ବର୍ଷ ବୟସରେ ଜବଲପୁର ପାଖ ନର୍ରରାଇଠାରେ ୨୪ ଜୁନ ୧୫୪୬ରେ ମାତୃଭୂମିର ସୁରକ୍ଷା ପାଇଁ ଆତ୍ମ ବଳିଦାନ ଦେଇଥିଲେ । ପ୍ରତିବର୍ଷ ସମଗ୍ର ଦେଶରେ ଏହି ଦିନକୁ ବଳିଦାନ ଦିବସ ଭାବେ ପାଳନ ହେଉଛି । ସପ୍ତମ ଶ୍ରେଣୀ ଇତିହାସ ବହିରେ ଗୋଣ୍ଡୱାନା ମାନଚିତ୍ର ଥିଲେ ମଧ୍ୟ ଗୋଣ୍ଡୱାନା ରାଜାମାନଙ୍କ ବିଷୟରେ ବର୍ଣ୍ଣନା ନାହିଁ, ତାଙ୍କର ଅତୁଳନୀୟ ସଂଗ୍ରାମୀ ଜୀବନୀକୁ ପାଠ୍ୟ ପୁସ୍ତକରେ ସାମିଲ କରିବା ପାଇଁ ବକ୍ତାମାନେ ଦାବୀ କରିଥିଲେ । ସମାଜର ଉନ୍ନତି ପାଇଁ ସମସ୍ତ ମହିଳା ଶକ୍ତିର ଆବଶ୍ୟକତାକୁ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ରାଷ୍ଟ୍ରୀୟ ସଭ୍ୟ ଗଣେଶ ମାଝୀ, ପ୍ରଦେଶ ଶିକ୍ଷା ମହାସଚିବ ମୀନକେତନ ମାଝୀ, ଉପସଭାପତି ଅନୁସୟା ପାତ୍ର, ସଭ୍ୟ ପ୍ରଦିପ କୁମାର ମଲ୍ଲୀକ, ଦଇତ ଭୋଇ, ମନୋଜ ପୁଟା, ଜିଲ୍ଲା ମହିଳା ସଭାନେତ୍ରୀ ପଙ୍କଜିନୀ ଭୋଇ, ରାଜ୍ୟ ସଭ୍ୟା ଝରଣା ରାଣୀ ମଲ୍ଲିକ, ସନ୍ତୋଷିନୀ କୁଅଁର, ଘନଶ୍ୟାମ ପୁଝାରୀ, ଋତୁପୂର୍ଣ୍ଣା ଧରୁଆ, ସୁସ୍ମିତା ମଞରୀ, ସମେତ କୁଷ୍ଟ ଧରୁଆ, ପ୍ରମୋଦ ମଲ୍ଲିକ, ପ୍ରମୁଖ ରାଣୀ ଦୁର୍ଗାବତୀଙ୍କ ସ୍ମୃତିଚାରଣ କରିଥିଲେ । ପରେ ରାଜ୍ୟ ସ୍ତରୀୟ ଭିଡିଓ କନଫରେନ୍ସ ସଭାରେ ଯୋଗ ଦେଇଥିଲେ । ସେହି ସଭାରେ ପ୍ରଦେଶ ସଭାପତି ମହେନ୍ଦ୍ର ନାଏକ ଅଧକ୍ଷତା କରିଥିବା ବେଳେ ସାଂସଦ ରମେଶ ଚନ୍ଦ୍ର ମାଝୀ, ପୁର୍ବତନ ଏମଏଲେ ରବି ନାରାୟଣ ପାତ୍ର, ସଂଗଠନ ମହାସଚିବ ପ୍ୟାରୀମେହନ ନାୟକ, ମହିଳା ସଭାନେତ୍ରୀ ସୁକାନ୍ତୀବାଳା ନାୟକ, ଉପସଭାନେତ୍ରୀ ଦମୟନ୍ତୀ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
jittmm
Leave A Reply

Your email address will not be published.