ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବିରୁପାକ୍ଷ ଓ ଆନନ୍ଦେଶ୍ୱର ମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ ମନ୍ଦିରର ତାଲା ଭାଙ୍ଗି ଦାନ ହୁଣ୍ଡି ଲୁଟି ନେଲେ ଦୁର୍ବୁତ୍ତ । ଏ ନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ଚକାପାଦ ବ୍ଲକ ବିରୁପାକ୍ଷ ଓ ଆନନ୍ଦେଶ୍ୱର ମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପଶି ଦାନ ହୁଣ୍ଡି ଲୁଟ୍ କରି ନେଇଛନ୍ତି । ବୁଧବାର ସକାଳୁ ମନ୍ଦିର ପୂଜକ ପଞ୍ଚାନନ ମହାପାତ୍ର ଓ ସଂସାରୀ ମହାପାତ୍ର ପୂଜା କରିବାକୁ ଗଲା ବେଳେ ଦାନ ହୁଣ୍ଡି ପାଇନଥିଲେ । ଖୋଜାଖୋଜି କରିବା ପରେ ହୁଣ୍ଡି ବାକ୍ସ ମନ୍ଦିର ପଛପଟୁ ଭଙ୍ଗା ଅବସ୍ଥାରେ ମିଳିଥିଲା । ଏହାପରେ ମନ୍ଦିର ପୂଜକ ଦୁଇଜଣ ମନ୍ଦିର କମିଟିକୁ ଖବର ଦେଇଥିଲେ । ଏନେଇ ମନ୍ଦିର କମିଟି କର୍ତ୍ତୃପକ୍ଷ ଚକାପାଦ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।