ଚୋରି କରୁଥିବା ବେଳେ ଦୁର୍ବୃତ୍ତକୁ ଧରି ମାଡ ମାରିବା ସହ ପୋଲିସରେ ଜିମା ଦେଲେ ଲୋକେ

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ ଧୂମାଭଟା ପଞ୍ଚାୟତ ଜଳିଆ ଗ୍ରାମରେ ଚୋରି କରୁଥିବା ବେଳେ ଦୁର୍ବୃତ୍ତକୁ ଧରି ମାଡ ମାରିବା ସହ ପୋଲିସରେ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ସୂଚନାନୁସାରେ ଗ୍ରାମର ଶୁକ୍ରୁ ମଲ୍ଲିକଙ୍କ ଘରୁ ଚୋରି କରିବା ପାଇଁ ଦୁର୍ବୃତ୍ତ ପଶିଥିବା ବେଳେ ପରିବାର ଲୋକେ ନିଦରୁ ଉଠି ପଡିଥିଲେ ଓ ଉକ୍ତ ଗ୍ରାମର ଯୁବକମାନେ ଏକତ୍ରିତ ହୋଇ ଚୋରକୁ କାବୁ କରିଥିଲେ । ପରେ ବିଦ୍ୟୁତ୍‌ ଖୁଣ୍ଟରେ ଚୋରକୁ ବାନ୍ଧି ମାଡ ମାରିଥିଲେ ଓ ପରେ ପୋଲିସଠାରେ ଜିମା ଦେଇଥିଲେ ।

Leave A Reply

Your email address will not be published.