ଭେଉଁରିଆ ଛକ ରାସ୍ତାର ଦୂରାବସ୍ଥା କହିଲେ ନସରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ସହର ଅଂଚଳର ବାଣିଜ୍ୟ ପେଣ୍ଡସ୍ଥଳୀ ତଥା ପ୍ରମୁଖ ଶିକ୍ଷାକେନ୍ଦ୍ର ହୋଇଥିବା ଯୋଗୁଁ ପ୍ରତିଦିନ ଏହି ସହରକୁ ହଜାର ହଜାର ଲୋକ, ଛାତ୍ରଛାତ୍ରୀ, ବ୍ୟବସାୟୀ, ଯାନବାହାନରେ ଯିବା ଆସିବା କରିଥାନ୍ତି । ଏହି ସହରର ଭେଉଁରିଆ ଛକରୁ ଲଖମରା ଓ ପାଟଣାଗଡ଼ ପଟକୁ ଯିବା ରାସ୍ତା ମଝିରେ ରାସ୍ତାର ଦୂରାବସ୍ଥା କହିଲେ ନସରେ । ଖାଲ ଢିପ ସୃଷ୍ଟି ହୋଇ ସ୍ଥାନେ ସ୍ଥାନେ ବର୍ଷା ଜଳ ଜମି ରହି ଥିବାରୁ ଯାନବାହାନ ଚଳାଚଳ ଲୋକେ ଯିବା ଆସିବାରେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଛୋଟବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା କରାଯାଉଛି । ହେଲେ ପ୍ରଶାସନ ତଥା ଏନ୍‌ଏସି ଅଧିକାରୀରଙ୍କ ଦେଖା ନାହିଁ, ଦେଖି କି ନଦେଖିଲା ପରି ହେଉଛି ଅଣଦେଖା କରୁଛନ୍ତି । ଆଗାମୀ ସମୟରେ ପାର୍ବଣ ଋତୁରେ ଲୋକଙ୍କର ଅଧିକ ଜନସମାଗମ ହେବାର ଆଶଙ୍କା ଅଛି । ସବୁବେଳେ ଆଖପାଖ ଅଞ୍ଚଳରୁ ଯାତ୍ରୀମାନେ ହରିଶଙ୍କର ଓ ନୃସିଂହନାଥ ଶୈବପୀଠକୁ ଯିବା ଆସିବା କରିଥାନ୍ତି । ପୁଣି ଲୋକ ମାନଙ୍କର ଜନ ଗହଳିରେ ଯାତାୟାତ କରିବା ସମସ୍ୟା ସୃଷ୍ଟି ହେବା ଆଶଙ୍କା ରହିଛି । ତେଣୁ ପ୍ରଶାସନ ଏହାକୁ ଦୃଷ୍ଟିରେ ରଖି ଶୀଘ୍ର ଏହି ରାସ୍ତାକୁ ମରାମତି କରିବାକୁ ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.