jayashree

ଛତ୍ରପୁର ରୋୟାଲ୍ ଡ୍ୟାନ୍ସ ଏକାଡେମୀର ପ୍ରଥମ ବାର୍ଷିକ ଉତ୍ସବରେ ଦୁଲୁକିଲା ମଞ୍ଚ

  • ଓଲିଉଡ଼ କୋରିଓଗ୍ରାଫୋର ଅମିତ ନାୟକଙ୍କ ଚିରିଙ୍ଗ ଚିରିଙ୍ଗ ଏବଂ ଧୁଳିଆ ଜନ୍ଦା ଗୀତରେ ଦୁଲୁକିଲା ମଞ୍ଚ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ନୃତ୍ୟ ଶିକ୍ଷା ଅନୁଷ୍ଠାନ ରୋୟାଲ ଡ୍ୟାନ୍ସ ଏକାଡେମୀର ପ୍ରଥମ ବାର୍ଷିକ ଉତ୍ସବ ରିକାପଲ୍ଲୀ ନିକଟସ୍ଥ ପୁରୁଣା ଡାଲଡାମିଲ୍ ପଡିଆ ଠାରେ ଆୟୋଜିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଟି.ସୁରେଶ ରାଓଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରତିଷ୍ଠାତା ଟି.ପଦ୍ମା ଉଦ୍‌ଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ରୂପେ ଛତ୍ରପୁର ଏନ୍‌.ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଅଭିନେତା ଏବଂ ନିର୍ଦ୍ଦେଶକ ସୁରେଶ ପ୍ରସାଦ ରଥ, ସାମାଜିକ କର୍ମୀ ଅରୁଣ କୁମାର ଶତପଥି, କଣ୍ଠଶିଳ୍ପୀ ଗଣେଶ ପଟ୍ଟନାୟକ, ଅଭିନୟ କଳାକାର ରାମେଶ୍ଵର ପଣ୍ଡା ପ୍ରମୁଖ ସକ୍ରିୟ ଯୋଗଦେଇ କଳାକାରଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ଆକର୍ଷଣ ଭାବେ ସ୍ୱତନ୍ତ୍ର ଅତିଥି ଓଡ଼ିଆ ସିନେମା ଜଗତର ବିଶିଷ୍ଟ ନୃତ୍ୟ ନିର୍ଦ୍ଦେଶକ ଅମିତ କୁମାର ନାୟକ ଯୋଗ ଦେଇଥିଲେ । ସମସ୍ତ ମଞ୍ଚାସୀନ ଅତିଥିମାନଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ସହ ସମ୍ୱର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଓଡିଶୀ ନୃତ୍ୟ ପରିବେଷଣ ହୋଇ ଥିବା ବେଳେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠାନର ମୁଖ୍ୟ ତଥା ନୃତ୍ୟ ନିର୍ଦ୍ଦେଶକ ଟି.ସୁରେଶ ରାଓଙ୍କ ନିର୍ଦ୍ଦେଶନାରେ ଲୋକ ସଂସ୍କୃତି ପରମ୍ପରା କାଠପାଦ ନୃତ୍ୟ ଗଜାନନଙ୍କ ଗୀତର ତାଳେ ତାଳେ ଚିତ୍‌ର୍ତ୍ତାକର୍ଷକ ନୃତ୍ୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ, ପରେ କୁଚିପୁଡି ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଆଧୁନିକ ନୃତ୍ୟ, ରାମେଶ୍ଵର ପଣ୍ଡାଙ୍କ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ଗୀତର ନୃତ୍ୟ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା । ନୃତ୍ୟ ଗୁରୁ ଅମିତ ନାୟକ, ନିକଟରେ ହିଟ ହୋଇଥିବା ତାଙ୍କରି ନିର୍ଦ୍ଦେଶିତ “ଚିରିଙ୍ଗ ଚିରିଙ୍ଗ” ଏବଂ “ଧୁଳିଆ ଜନ୍ଦା” ଗୀତରେ ନୃତ୍ୟ କରିବା ସହ ସମସ୍ତ ଦର୍ଶକଙ୍କ ମନମୋହି ନେଇଥିଲେ । ନୃତ୍ୟ ଗୁରୁ ଅମିତ ନାୟକ ଏଭଳି ଦକ୍ଷ କଳାକାର ମାନଙ୍କୁ ଆଗାମୀ ଦିନରେ ସିନେମାରେ ସୁଯୋଗ ଦିଆଯିବ ବୋଲି କହି ଉଚ୍ଚ-ପ୍ରଶଂସା କରିଥିଲେ ଏବଂ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଭୂୟସୀ ପ୍ରଶଂସା କରିଥିଲେ । ଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି, ସାର୍ଟିଫିକେଟ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଦେବରାଜ ପ୍ରଧାନ, ନୃତ୍ୟ ଗୁରୁ ନିର୍ମାଲ୍ୟ ପ୍ରସାଦ, ଗାୟତ୍ରୀ ବେହେରା, ରୀନା ବେହେରା, ଦିବାକର ବେହେରା ଏବଂ ହିମାଂଶୁ ପ୍ରଧାନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.