କଣ୍ଟି ଓ ମାଧିପୁର କାଜ ଡେଲାଙ୍ଗର ଦୁଃଖ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୟାନଦୀ ବାମପାର୍ଶ୍ଵ କଣ୍ଟି ଓ ମାଧିପୁର କାଜ ଦେଇ ନିଷ୍କାସନ ହେଉଥିବା ବନ୍ୟାଜଳ ଯୋଗୁଁ ପ୍ରତିବର୍ଷ ଡେଲାଙ୍ଗ ବ୍ଲକର ୨୧ଟି ଗ୍ରାମ ପଞ୍ଚାୟତ ପ୍ରଭାବିତ ହେଉଛି । ଚଳିତ ବନ୍ୟାରେ ଡେଲାଙ୍ଗ ବ୍ଲକର ହଜାର ହାଜର ହେକ୍ଟର ଚାଷ ଜମି ଫସଲ ନଷ୍ଟ ହେବା ସହ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ବହୁ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିଲା । ଲୋକେ ପାଣି ଘେରରେ ରହି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଲୋକଙ୍କ ଜୀବନ ଜୀବିକା ବିକାଶ ଧାରାରେ ବ୍ୟାଘାତ ଘଟିଛି, ଫଳରେ ବିଶେଷ କରି ଚାଷୀକୂଳ ଉଜୁଡି ଗଲେ । ଚାଷୀ ଧାର କରଜ କରି ଧାନ, ରୁଆ ଓ ବେଉଷଣ କାମ ସାରୁ ସାରୁ ବନ୍ୟା ସବୁ ଧୋଇ ନେଲା । ପାଖରେ ବିହନ ନାହିଁ, ଆର୍ଥିକ ଅନଟନ ଓ ସମୟ ବହୁତ କମ୍‌, ଏଥିରେ ଚାଷୀ କଣ କରିବ, ନିସହାୟ ହୋଇ ପଡୁଛି । ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ । ଦୟାନଦୀରେ ବନ୍ୟା ଆସିଲେ ଡେଲାଙ୍ଗବାସୀ ଭୟଭୀତ ହୋଇ ପଡୁଛନ୍ତି, କାରଣ ଏମାନେ ଧୋଇଆ ନୁହନ୍ତି, କିନ୍ତୁ ଦୁର୍ଭାଗ୍ୟ କଣ୍ଟି ଓ ମାଧିପୂର କାଜର ନିଷ୍କାଷିତ ବନ୍ୟାଜଳ ଏମାନଙ୍କୁ ଧୋଇଆ କରିଦେଉଛି ବୋଲି ମତ ପ୍ରକାଶ ପାଉଛି । ପ୍ରତିବର୍ଷ ଏଥିପାଇଁ ବ୍ୟାପକ କ୍ଷୟକ୍ଷତି ଘଟୁଛି ଓ ଏହା ଡେଲାଙ୍ଗର ଦୁଃଖର କାରଣ । ସ୍ଥାନୀୟ ପ୍ରଶାସନ ଓ ବିଧାୟକ ତୁରନ୍ତ ଡେଲାଙ୍ଗ ଅଞ୍ଚଳର ବିକାଶ ଓ ସୁରକ୍ଷା ଦୃଷ୍ଟିରୁ କଣ୍ଟି ଓ ମାଧିପୁର କାଜର ବିକଳ୍ପ ବ୍ୟବସ୍ଥା କରିବା ପାଇଁ ଅଞ୍ଚଳ ବାସୀ ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.