oom

ଦୁଇ ଜଣ କୁଚିଆ ମଦ ବେପାରୀଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କଲା ଅବକାରୀ ବିଭାଗ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଅବକାରୀ ବିଭାଗର ମୋବାଇଲ୍‌ ଟିମ୍‌ ସହ ଲୋଇସିଂହା ଅବକାରୀ ବିଭାଗର କର୍ମଚାରୀ ମାନେ ମିଳିତ ଭାବେ ଚଢ଼ାଉ କରି ୨ ଜଣ କୁଚିଆ ଦେଶୀ ମଦ ବେପାରୀଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବାଦିମୁଣ୍ଡାର ନବଘନ ବଘାରଙ୍କୁ ଗିରଫ୍‌ କରି ତାଙ୍କଠାରୁ ୧୪ ଲିଟର ଦେଶୀ ମଦ ଜବତ୍‌ କରାଯାଇଥିବା ବେଳେ ମାହାରପାଲିର ଗୌତମ ରଣାଙ୍କୁ ଗିରଫ କରି ତାଙ୍କଠାରୁ ୧୨ ଲିଟର ଦେଶୀ ମଦ ଜବତ୍‌ କରାଯାଇଛି । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.