lika

ଫଳ ଓ ପନିପରିବା ଚାଷ ସମ୍ପର୍କିତ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

gbag

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଆଜି ବଲାଙ୍ଗିର ଜିଲ୍ଲାର କରୁଁଆମୁଣ୍ଡା ଗ୍ରାମପଞ୍ଚାୟତର ନାରୀ ଶକ୍ତିର ସଭ୍ୟାମାନଙ୍କୁ ନେଇ ସର୍ଗିଗୁଡା ଠାରେ ଉଦ୍ୟାନ ବିଭାଗ ଟିଟିଲାଗଡ଼ ଓ ବଲାଙ୍ଗିର ଗ୍ରାମ୍ୟ ଉଦ୍ୟୋଗ ସମିତି କଣ୍ଟାବାଞ୍ଜିର ମିଳିତ ସହଯୋଗରେ ଫଳ ଓ ପନିପରିବା ଚାଷ ଉପରେ ୮ ତାରିଖ ଓ ୯ ତାରିଖ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ତାଲିମ କାର୍ଯ୍ୟକ୍ରମରେ ଅତିରିକ୍ତ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମତ୍ସ୍ୟ ବିଭାଗର ଏ.ଏଫ.ଓ ଶ୍ରୀ ସୁଜିତ କୁମାର ସାମଲ,ଏ.ଏଚ.ଓ ଶ୍ରୀ ସୁନୀଲ କୁମାର ମାଝୀ ଓ ତୁରେକେଲା ବ୍ଳକର ବି.ପି.ସି ବିଶ୍ୱଜିତ ସାମଲ ପ୍ରମୁଖ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ ।ତୁରେକେଲା ବ୍ଳକର ହର୍ଟିକଲଚର ଅଫିସର ସେକ ଅବଦୁଲ ରବ ତାଲିମ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିବା ବେଳେ ଏଚ.ଇ.ଡବ୍ଲ୍ୟୁ ଶ୍ରୀମତୀ ଗୀତାଞ୍ଜଳି ବେହେରା, ପିଜି ଗ୍ରୁପ ଅନୁଷ୍ଠାନର ବି.ଜି.ଏସ. ଜୟନ୍ତୀ ବାଘ, ସୋଭାଗିନୀ ରଣା ସମେତ କୃଷକସାଥୀମାନେ ଉପସ୍ଥିତ ଥିଲେ ।

babaa
Leave A Reply

Your email address will not be published.