oum

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା : ଦୁଇ ମୃତ

jsm

ବାରଙ୍ଗ : ଦୁଇ ରେସିଂ ବାଇକ୍‌ ମୁହାମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ରଘୁନାଥପୁର ରୟାଲ ଲାଗୁନ ସାମ୍ନାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଲାଲ୍‌ଚାନ୍ଦ ଜୁଏଲାରୀ ସାମ୍ନା ରାସ୍ତାରେ ଗୋଟିଏ ଆର୍‌ ୧୫ ବାଇକ୍‌ ରଙ୍ଗ ରୁଟ୍‌ରେ ଆସୁଥିଲା । ଏହି ସମୟରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଆପାଚୀ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଗାଡିରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାକି ଦୁଇ ଗୁରୁତର ହୋଇଛନ୍ତି । ସେପଟେ ଦୁର୍ଘଟଣା ପରେ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ପିସିଆର୍‌କୁ ଖବର ଦିଆଯାଇଥିଲା । ଉଭୟ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଛନ୍ତି । ତେବେ ମୃତକ ଦୁଇ ଜଣ ଚାଳକ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

Leave A Reply

Your email address will not be published.