
ବାଲାଙ୍ଗିର, (କେପିଏନ୍ଏସ୍) : ଚୂଡ଼ାପାଲି ବ୍ରିଜ୍ ପାଖରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା । ଜଣେ ବାଇକ୍ ଚାଳକ ଗୁରୁତର ହୋଇ ପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍ ଅନ୍ତର୍ଗତ ସିନ୍ଧିଯୋର୍ ଗାଁର ମଧୁସୂଦନ ବାଗ(୨୧) ବାଇକ୍ ଯୋଗେ କୌଣସି କାମରେ ଚୂଡ଼ାପାଲିକୁ ଯାଇ ଫେରିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ବାଇକ୍ ସହ ତାଙ୍କ ପାଇଁ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ମଧୁସୂଦନଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ହୋଇଛି । ତୁରନ୍ତ ତାଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍ କଲେଜ୍ ଓ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।