ବରଗଡ଼ରେ ଡ୍ରଗ୍ସ ସ୍କ୍ୱାଡ ପକ୍ଷରୁ ଚଢ଼ାଉ : ବ୍ୟାପକ ପରିମାଣର ନକଲି ଔଷଧ ଜବତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଡ୍ରଗ୍ସ ସ୍କ୍ୱାଡ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବ୍ୟାପକ ପରିମାଣର ନକଲି ଔଷଧ ଜବତ ହୋଇଥିବା ସୂଚନା ମିଳିଛି । ବରଗଡ଼ର ଜଗଦମ୍ବା ମେଡିକାଲରେ ଚଢାଉ କରାଯାଇ ବ୍ୟାପକ ନକଲି ଔଷଧ ଜବତ ହୋଇଥିବା ବେଳେ ଜବତ ଔଷଧ ମଧ୍ୟରେ ଟ୍ରିଟ୍‌-ବିଏଲ୍‌ ଟେବ୍‌ଲେଟ୍‌, ମେଡି-ଟେବ୍‌ ଏବଂ ଫେଡ୍‌ରେର୍‌-ଏସ୍‌ ବଟିକା ରହିଛି । ସେହିପରି ଅନେକ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ ତଦନ୍ତ ପରେ, ପୁରା ତଥ୍ୟ ଦିଆଯିବ ବୋଲି ବରଗଡ଼ ଡ୍ରଗ୍ସ ଇନ୍ସପେକ୍ଟର ସୁସ୍ମିତା ଦେହୁରୀ କହିଛନ୍ତି ।

Leave A Reply

Your email address will not be published.