କଟକ ସମେତ ଦେଶର ୧୫ଟି ସହର ଏବଂ ଆଖପାଖ କ୍ଷେତ୍ରରେ ଟ୍ରାଇ ପକ୍ଷରୁ କରାଗଲା ଡ୍ରାଇଭ ଟେଷ୍ଟ

● ଭଏସ ଏବଂ ଡାଟା ସେବା ପାଇଁ ନେଟୱର୍କର ଗୁଣବତ୍ତା ଆକଳନ କରାଗଲା
● ଡ୍ରାଇଭ ଟେଷ୍ଟର ସମ୍ପୂର୍ଣ୍ଣ ରିପୋର୍ଟ ଜାରି ହେଲା; ଟ୍ରାଇ ୱେବସାଇଟରେ ଉପଲବ୍ଧ

କଟକ, (ପିଆଇବି) : ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଦୂରସଞ୍ଚାର ସେବା ପ୍ରଦାନକାରୀଙ୍କ ସହାୟତାରେ କଟକ ସମେତ ଦେଶର ୧୫ଟି ସହରରେ ଡ୍ରାଇଭ ଟେଷ୍ଟ କରାଯିବା ସହିତ ଏହାର ରିପୋର୍ଟ ଜାରି କରାଯାଇଛି । ଏସବୁ ସ୍ଥାନ ହେଲା – ଜଳନ୍ଧର, ଅମ୍ବାଲା, ଆଇଜଲ, କୋଣ୍ଟାଇ, ଇମ୍ଫାଲ, କିଷନଗଞ୍ଜ, ପୋର୍ଟ ବ୍ଲେୟାର, ବିଳାସପୁର, ଗ୍ବାଲିୟର, ମେରଟ, ଅହମ୍ମଦନଗର, ଚିକମଙ୍ଗଲୁର, ୱାରଙ୍ଗଲ, କଟକ, କୋୟମ୍ବାଟରୁ, ଦୁଇଟି ରାଜପଥ ମେରଠ-ଆଗ୍ରା, ଗ୍ବାଲିୟର-ଗୁନା ଏବଂ ଗୋଟିଏ ରେଳ ମାର୍ଗ- ରାୟଗଡ଼ରୁ ଡୋଙ୍ଗରଗଡ଼ ପର୍ଯ୍ୟନ୍ତ ଡ୍ରାଇଭ ଟେଷ୍ଟ କରାଯାଇଥିଲା। ଜୁନ୍ ୨୦୨୨ରେ ଶେଷ ହୋଇଥିବା ତ୍ରୈମାସ ସମୟରେ ଏହି ପରୀକ୍ଷଣ କରାଯାଇଥିଲା ।

ସେଲୁଲାର ମୋବାଇଲ ଟେଲିଫୋନ ସେବା ପ୍ରଦାନକାରୀମାନଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ଭଏସ ଏବଂ ଡାଟା ସେବା ପାଇଁ ନେଟୱର୍କର ଗୁଣବତ୍ତା ଆକଳନ ପାଇଁ ଏହି ଟେଷ୍ଟ କରାଯାଇଥିଲା। ଏହି ଡ୍ରାଇଭ ଟେଷ୍ଟର ବିବରଣୀ ନିମ୍ନରେ ଦିଆଗଲା ।

ଏହି ଅଞ୍ଚଳରେ କାର୍ଯ୍ୟକ୍ଷମ ଦୂରସଞ୍ଚାର ସେବା ପ୍ରଦାନକାରୀଙ୍କ ନେଟୱର୍କକୁ ଆକଳନ ପାଇଁ ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କ (କେପିଆଇ)କୁ ଅନୁଧ୍ୟାନ କରାଯାଇଥିଲା । ଭଏସ ସେବା ପାଇଁ କେପିଆଇଗୁଡ଼ିକ ମଧ୍ୟରେ କଭରେଜ, କଲ ସେଟଅପ ସଫଳତା ହାର (ସିଏସଏସଆର); ଡ୍ରପ କଲ୍ ହାର; ବ୍ଲକ୍ କରାଯାଇଥିବା କଲ ହାର, ହ୍ୟାଣ୍ଡଓଭର ସଫଳତା ହାର; ଆରଏକ୍ସ ଗୁଣବତ୍ତା ଆଦି ଅନୁଧ୍ୟାନ କରାଯାଇଥିଲା। ସେହିପରି ଡାଟା ପାଇଁ କେପିଆଇ ମଧ୍ୟରେ ଡାଉନଲୋଡ ଏବଂ ଅପଲୋଡ୍ ଥ୍ରୁପୁଟ୍ସ, ୱେବ ବ୍ରାଉଜିଂ ବିଳମ୍ବତା, ଭିଡିଓ ଷ୍ଟ୍ରିମିଂ ବିଳମ୍ବ ହେବା ଆଦି ଯାଞ୍ଚ କରାଯାଇଥିଲା ।

ଟ୍ରାଇର ୱେବସାଇଟ www.analytics.trai.gov.in ରେ ସମ୍ପୂର୍ଣ୍ଣ ରିପୋର୍ଟ ଉପଲବ୍ଧ ରହିଛି ।

ଏ ସଂକ୍ରାନ୍ତରେ କୌଣସି ସୂଚନା ଚାହୁଁଥିଲେ, ଦୟାକରି ଶ୍ରୀ ଅନନ୍ତ କୁମାର ସିଂ, ଉପଦେଷ୍ଟା (କ୍ୟୁଓଏସ)ଙ୍କୁ ଟେଲିଫୋନ ନମ୍ବର +୯୧-୧୧-୨୩୨୩-୦୪୦୪ କିମ୍ବା ଇମେଲ୍ ଆଇଡି : [email protected] ରେ ଯୋଗାଯୋଗ କରାଯାଇପାରିବ ।

Leave A Reply

Your email address will not be published.

error: Content is protected !!