oum

ଡ୍ରେନଜ୍‌ ବ୍ୟବସ୍ଥା ନଥିବାରୁ ବର୍ଷା ଜଳରେ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜଲ୍ଲା ଡେଲାଙ୍ଗ ବ୍ଲକର ସର୍ବ ବୃହତମ ଗ୍ରାମ ଘୋରଡିଆର ମୁଖ୍ୟ ରାସ୍ତା ଜଳାର୍ଣ୍ଣବ ହୋଇ ପଡିଛି । ଅସରାଏ ବର୍ଷା ହେଲେ ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚରେ ପାଣି ଲହଡି ମାରେ, ଯାହାଫଳରେ ଅଞ୍ଚଳବାସୀ ଯାତାୟତରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଏବେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଦାଣ୍ଡ ଜଳବନ୍ଦୀ । ପ୍ରକାଶ ଥାଉକି ବହୁ ବର୍ଷ ତଳେ ଗାଁ ଦାଣ୍ଡ କଂକ୍ରିଟ ଢଳେଇ ହୋଇଥିଲା, ଏବେ ତାହା ନଷ୍ଟ ହେବା ସହ ପୋତି ହେବାକୁ ବସିଲାଣି । ଢଳେଇ ସମୟରେ ରାସ୍ତାର ଉଭୟ ପାଶ୍ୱର୍ରେ ଡ୍ରେନଜ୍‌ ବ୍ୟବସ୍ଥା କରାଯାଇ ନଥିବାରୁ ବର୍ଷା ଜଳ ନିଷ୍କାଷନ ନହୋଇ ରାସ୍ତା ଉପରେ ଜମି ରହୁଛି । ଭାରିଯାନ, ମୋଟର ସାଇକେଲେ ଗଲା ବେଳେ ପାଣି ଲହଡି/ଛିଟିକା ଲୋକଙ୍କ ଉପରେ ପଡିବା ସହ ରାସ୍ତା ପାଶ୍ୱର୍ରେ ଥିବା ଘରଗୁଡିକ ମଧ୍ୟକୁ ମଇଳା ପାଣି ପଶିଯାଏ । କିଛି ଦିନ ପରେ ପାଣି କମିଲେ ରାସ୍ତା ସାରା ପଙ୍କ ଓ କାଦୁଅରେ ଉବୁଟୁବୁ ହୋଇଥାଏ । ଗାଁ ଦାଣ୍ଡ ରସ୍ତାକୁ ଉଚ୍ଚା କରିବା ସହ ରାସ୍ତାର ଉଭୟ ପାଶ୍ୱର୍ରେ ଡ୍ରେନଜ୍‌ ସିଷ୍ଟମ୍‌ କରାଗଲେ ଏହି ସମସ୍ୟା ଦୂରୀଭୁତ ହୋଇପାରିବ ବୋଲି ଗ୍ରାମବାସୀ କୁହନ୍ତି । ଏ ସର୍ମ୍ପକରେ ବିଭାଗୀୟ କତୃପକ୍ଷଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ହେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.