oom

ଭୁବନେଶ୍ୱର ଏପିକଲ୍‌ରୁ କୃଷି ଉଦ୍ୟୋଗୀମାନଙ୍କ ହଳଦୀର ଡ୍ରାଗନ୍ ଫଳଚାଷ ପରିଦର୍ଶନ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତର ଡ୍ରାଗନ୍ କ୍ଷେତ୍ରକୁ ୩୫ ଜଣ କୃଷି ଉଦ୍ୟୋଗୀ ଆଜି ପରିଦର୍ଶନ କରିଥିଲେ । ଏପିସି ପ୍ରକଳ୍ପ ଅନ୍ତର୍ଗତ ଉଦ୍ୟାନ କୃଷି ବିଭାଗ ଓ ସ୍ଥାନୀୟ ଜନମୁକ୍ତି ଅନୁଷ୍ଠାନ ସହଯୋଗରେ ଯୁବଚାଷୀ ଚନ୍ଦ୍ରଧ୍ଵଜ ପୋଢ଼ (ଏଗ୍ରିକଲ୍‌ଚର୍‌ ଏଣ୍ଟରପ୍ରେନ୍ୟୁର) ଏହି ବ୍ଲକ ହଳଦୀ, ତେନ୍ତୁଲିଖୁଣ୍ଟି ଗ୍ରାମରେ ଲାଭକାରୀ ଡ୍ରାଗନ୍ ଚାଷକରି ଏକ ଉଦାହରଣ ସୃଷ୍ଟି କରିଥିବା ଡ୍ରାଗନ ଚାଷ ଓ ନର୍ସରୀ ପରିଦର୍ଶନ କରିଥିଲେ । ସେମାନେ ନିଜ ଅଞ୍ଚଳକୁ ଯାଇ ଏହି ଯୁବଚାଷୀଙ୍କ ପରି ଲାଭବାନ ହେବା ପାଇଁ ଶିକ୍ଷଣୀୟ ପରିଦର୍ଶନ କରିଥିଲେ । ଏହା ସହ ଷ୍ଟ୍ରବେରୀ ବଗିଚା, ପିଜୁଳି ବଗିଚା ଆଦି ପରିଦର୍ଶନ କରିଥିଲେ । ଚାଷ ପ୍ରଣାଳୀରେ ଉଦ୍ୟାନ ବିଭାଗ, ଜନମୁକ୍ତି ଅନୁଷ୍ଠାନର ବିଶେଷଜ୍ଞମାନଙ୍କ ସହଯୋଗ ସିଧା ସଳଖ ମିଳିପାରୁଥିବା ତଥା ଏହାଦ୍ୱାରା ଚାଷୀଙ୍କୁ ପ୍ରୋତ୍ସାହନ ମିଳି ପାରୁଥିବାରୁ ସେ ଉଦ୍ୟାନ ବିଭାଗ, ଜନମୁକ୍ତି ଅନୁଷ୍ଠାନ, ଏପିକଲ୍‌ରୁ ମିଳିଥିବା କ୍ଷେତି ମୋଡେଲ ନର୍ସରୀରେ କିପରି ଚାଷ କରିଛନ୍ତି ତାହା ଜାଣିବାକୁ ପାଇଥିଲେ । ଏହି ମୋଡେଲ ଦେଖି କୃଷି ଉଦ୍ୟୋଗୀମାନେ ବେଶି ଖୁସି ହୋଇଥିଲେ । ଏହି ପରିଦର୍ଶନ ସମୟରେ ଭୁବନେଶ୍ୱର ଏପିକଲ୍‌ରୁ ଵିଆରପି ଯୋଗେନ୍ଦ୍ର ହଂସ,ଏସ୍‌ଆର୍‌ପି ଉମେଶ ଚନ୍ଦ୍ର କର୍ଣ୍ଣ ଓ ଗୋପାଳକୃଷ୍ଣ ପଟେଲଙ୍କ ସହ କ୍ଷେତ୍ରରେ କୃଷି ଉଦ୍ୟୋଗୀ ଚନ୍ଦ୍ରଧ୍ଵଜ ପୋଡ଼ଙ୍କ ପରିବାରରୁ ତାଙ୍କ ଅଜା ମଙ୍ଗଳ ସାଏ ପୋଡ଼, ତାଙ୍କ ବାପା ସୁରେଶ ପୋଡ଼ ଉପସ୍ଥିତ ରହିଥିଲେ । ଏହି ସମୟରେ ଜନମୁକ୍ତି ଅନୁଷ୍ଠାନର କ୍ଷେତ୍ର ସଂଯୋଜକ ଲଳିତ ରଣା, ଧର୍ମା ସାହୁ, ମତିନ୍ଦ୍ର ବାଗ ଓ ପ୍ରକାଶ କୁମାର ବନ୍ଦିଛୋର ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.