ଗଞ୍ଜାମ ଜିଲ୍ଲାରେ ଖୋଲିବ ୧୮ଟି ବିଦେଶୀ ମଦ ଦୋକାନ

  • ୩୧ ତାରିଖରେ ହେବ ଲଟେରୀ ଉଠାଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ପ୍ରତିବର୍ଷ ମଦ ଦୋକାନରୁ ହିଁ ୧୮୦ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଟଙ୍କାର ରାଜସ୍ୱ ଲାଭ ହୋଇଥାଏ । ଏହି ମଦ ଦୋକାନରୁ ହିଁ ଆଦାୟ ହେଉଥିବା ଗଞ୍ଜାମ ଜିଲ୍ଲାର ଅବକାରୀ ରାଜସ୍ୱରୁ ଓଡ଼ିଶା ରାଜସ୍ୱ ପୁଞ୍ଜି ଏକ ସ୍ଵଚ୍ଛଳତାର ଦିଗ ବୋଲି କୁହାଯାଏ । ସମ୍ପ୍ରତି ବ୍ରହ୍ମପୁର ଅବକାରୀ ବିଭାଗ ଓ ଗଞ୍ଜାମ ଅବକାରୀ ବିଭାଗ ଅଧୀନରେ ଥିବା ୩୫ଟି ବିଦେଶୀ ମଦ ଦୋକାନୀ ସେମାନଙ୍କ ସର୍ବନିମ୍ନ କୋଟା ନଉଠାଇବାରୁ ସେମାନଙ୍କୁ ପୂର୍ବରୁ ନୋଟିସ ଜାରୀ କରାଯିବା ସହ ସିଲ୍ ହୋଇଥିଲା । ନିୟମ ଖିଲାପ କରିବାରୁ ଏହି ସବୁ ଦୋକାନର ଲାଇସେନ୍ସ ରଦ୍ଧ କରାଯାଇଥିଲା । ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ପ୍ରତ୍ୟେକ ଦୋକାନରେ ସର୍ବନିମ୍ନ ଗ୍ୟାରେଣ୍ଟି କୋଟା ଉଠାଇବାକୁ ବାଧ୍ୟ ଅଟେ । ୩୪ଟି ଦୋକାନୀ ଏହି କୋଟା ଉଠେଇବାରେ ବିଫଳ ହୋଇଛନ୍ତି । ଏହି ୩୪ଟି ଦୋକାନ ମଧ୍ୟରୁ ୧୮ ହଜାର ୧ ଶହ ୧୮ଟି ଦୋକାନଗୁଡିକ ପୁନଃ-ଚାଲୁକରିବା ପାଇଁ ବିଜ୍ଞପ୍ତି ବାହାରିଛି । ଉକ୍ତ ଦୋକାନୀ ଗୁଡିକର ବିଜ୍ଞପ୍ତିକୁ ନେଇ କିଛି ଗଞ୍ଜାମ ଅବକାରୀ ଜିଲ୍ଲାରେ ୩୧ ତାରିଖରେ ଲଟେରୀ ନମ୍ୱର ୧୯୧ ବିଭାଗ ଅଧୀନରେ ୧୪ଟି ଅବକାରୀ ବିଭାଗ, ଏବଂ ବ୍ରହ୍ମପୁର ଅଧୀନରେ ୪ଟି ରହିଛି । ଅନ୍ୟ ୧୬ଟି ମଦ ଦୋକାନୀଙ୍କ ମାମଲା କୋର୍ଟରେ ବିଚାରାଧୂନ ରହିଛି । ବିଜ୍ଞପ୍ତି ଅନୁସାରେ ଆସନ୍ତା ୩୧ ତାରିଖରେ ଏହି ୧୮ଟି ବିଦେଶୀ ମଦ ଦୋକାନ ଲଟେରୀ ମାଧ୍ୟମରେ ଉଠାଣ ହେବ । ଦିନ ୧୧ ଘଣ୍ଟା ସମୟରେ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ଡି. ଆର୍‌. ଡି. ଏ. ଠାରେ ଏହାର ଉଠାଣ ହେବ ବୋଲି ସରକାରୀ ଭାବେ କୁହାଯାଇଛି । ଆଶାୟୀ ବ୍ୟକ୍ତି ୨୯ ତାରିଖ ମଧ୍ୟରେ ଆବେଦନ କରିପାରିବେ । ଗଞ୍ଜାମ ଜିଲ୍ଲାରେ ୩୪ଟି ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନକୁ ସର୍ବନିମ୍ନ କୋଟା ନଉଠାଇବାରୁ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଥିଲା । ପରେ ରାଜ୍ୟ ଅବକାରୀ ବିଭାଗର ନିର୍ଦ୍ଦେଶପରେ ବନ୍ଦ ଦୋକାନ ଗୁଡିକ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋଲିବାକୁ ଉଦ୍ୟମ ଆରମ୍ଭ ହୋଇଛି । ୧୮ଟି ବିଦେଶୀ ମଦ ଦୋକାନ ମଧ୍ୟରେ ବ୍ରହ୍ମପୁରର ଟାଟା ବେଞ୍ଜ୍ ଛକ, ବ୍ୟାରେକ ରୋଡ, ଉତ୍କଳ ଆଶ୍ରମ ରୋଡ ଓ ଭର୍ଦାଭରି ସାହିରେ ଥିବା ଆଇ.ଏମ୍‌. ଅଫ ସର୍ପ ଏବଂ ଗଞ୍ଜାମ ଅବକାରୀ ବିଭାଗ ଅଧୀନରେ ରେଗିଡି ଛକ, ଖଲ୍ଲିକୋଟ ନଂ୧, ହାତିଓଟ, ବରିଡା, କବିସୂର୍ଯ୍ୟନଗର ନଂ- ୨, ଶିକୁଳା, ବୁଗୁଡା ନଂ-୧, କରସିଂ, ମୁଣ୍ଡମାରି, ଆସିକା ହାଟପଦା, ଭୁତସରସିଂ, ଆଛୁଳି କମା ନାଳିନକ୍ଷ୍ୟପୁର, ଆସିକା କଳିଙ୍ଗ ରୋଡ, ହୁମ୍ମାର ସନ୍ତୋଷପୁର ରହିଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.