ସାବିତ୍ରୀ ଅମାବାସ୍ୟାକୁ ନେଇ ବଜ଼ାରରେ ପ୍ରବଳ ଭିଡ଼ : ୧୮ଟି ଦୋକାନକୁ ସିଲ୍‌ କଲା ପ୍ରଶାସନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମହାମାରୀ କରୋନାକୁ ନେଇ ସାରା ଦେଶ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି । ଫଳରେ ରାଜ୍ୟରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା କମିଛି ହେଲେ ବିପଦ ଟଳିନି । ଏଭଳି ପରିସ୍ଥିତିରେ କୋଭିଡ ନିୟମ ଉଲ୍ଲଂଘନ କରି ସାବିତ୍ରୀ ଅମାବାସ୍ୟାକୁ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବଜାରରେ ନାହିଁନଥିବା ଭିଡ଼ ପରିଲକ୍ଷିତ ହୋଇଛି । ଅତ୍ୟାବଶ୍ୟକ ଦୋକାନ ସମେତ ଅନ୍ୟ ସମସ୍ତ ଦୋକାନ ଖୋଲାଯାଇଥିଲା, ଏହାକୁ ନେଇ ବାଲିଗୁଡ଼ା ତହସିଲଦାର ଶଶାଙ୍କ ଶେଖର ପାତ୍ର ନିଜ ଟିମ୍‌ ସହ ଚଢ଼ାଉକରି ୧୮ଟି ଦୋକାନ ସିଲ୍‌ କରିଛନ୍ତି । ଏହାକୁ ନେଇ କିଛି ବ୍ୟବସାୟୀ ପ୍ରଶାସନ ସହ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି । ଉତ୍ତେଜିତ ପରିସ୍ଥିତି ସୃଷ୍ଟି ହେବାପରେ ଘଟଣାସ୍ଥଳରେ ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀ ଓ ଥାନା ଅଧିକାରୀ ବାବାଶଙ୍କର ସରାଫ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛନ୍ତି । ଏଥିସହିତ ଅମାନିଆଙ୍କ ନିକଟରୁ ଫାଇନ୍‌ ମଧ୍ୟ ଆଦାୟ କରୁଛି ପ୍ରଶାସନ ।

Leave A Reply

Your email address will not be published.