ଭୀମଭୋଇ ମେଡିକାଲ କଲେଜଠାରେ ଡାକ୍ଟର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜର ଏମ୍‌ସିଏଚ୍‌ର ୬ ମହଲାର ସଭା ଗୃହଠାରେ ଡାକ୍ଟର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଡା. ମାନସୀ ପଣ୍ଡା, ସମ୍ମାନିତ ଅତିଥି ଡ଼ା.ମହେନ୍ଦ୍ର କୁମାର ନାୟକ, ଅନ୍ୟତମ ଅତିଥି ଡ଼ା.ଶ୍ରୀକାନ୍ତ ପଣ୍ଡା ଯୋଗ ଦେଇଥିଲେ । ହସ୍ପିଟାଲ ମେନେଜର ପ୍ରତ୍ୟୁଷ ପଟ୍ଟନାୟକ ଓ ସୁଦୀପ୍ତ ଦତ୍ତ ଏହି ସଭାକୁ ପରିଚାଳନା କରିଥିଲେ । ଏହି ଉତ୍ସବରେ ୨୦୨୦-୨୧ର କୋଭିଡ଼ ପରିଚାଳନା ଦାୟିତ୍ୱ ରହି ଉଲ୍ଲେଖନୀୟ ଅବଦାନ ପାଇଁ ଡ଼ା. ପି. କେ.ରଥ, ଡା.ସବିତା ବେହେରା, ଡ଼ା.ମୁରଲୀ ଧର ପାଣିଗ୍ରାହୀ, ଡ଼ା. ଗିରିଜା ଶଙ୍କର ଉଦଗାତାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ଦେଇ ସମର୍ଦ୍ଧନା କରାଯାଇଥିଲା । ଡ଼ା. ଅନ୍ନନ୍ୟ ଭଜନ ଓ ସଙ୍ଗୀତ ପରିବେଷଣ କରି ସମସ୍ତଙ୍କର ମନମୁଗ୍ଧ କରିଥିଲେ । ଏହାପରେ ଜନସାଧାରଣଙ୍କ ସହ ଡକ୍ଟରମାନେ ସେଲଫି ନେଇଥିଲେ । ଶେଷରେ ସୁଦୀପ୍ତ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ ଡ଼ା. ମାନସୀ ପଣ୍ଡା ଓ ଡାକ୍ଟର ମାନେ ପଥରଚେପା ଅନାଥ ଆଶ୍ରମ ପରିଦର୍ଶନରେ ଯାଇଥିଲେ ।

Leave A Reply

Your email address will not be published.