ଡିଜେ ଗାଡ଼ି ଉପରେ କଟକଣା ଜାରି କଲା ରାଜ୍ୟ ପରିବହନ ପ୍ରାଧିକରଣ
ଭୁବନେଶ୍ୱର : ଏଣିକି ରାଜ୍ୟରେ ବନ୍ଦ ହେବ ଡିଜେ ଗାଡ଼ି । ଡିଜେ ଗାଡ଼ି ଉପରେ କଟକଣା ଜାରି କରିଛି ରାଜ୍ୟ ପରିବହନ ପ୍ରାଧିକରଣ ବୋଲି ଜଣାପଡ଼ିଛି । ଗାଡ଼ିର ମୂଳ ଢାଞ୍ଚାରେ ବେଆଇନ ପରିବର୍ତ୍ତନ, ଅତ୍ୟଧିକ ଶବ୍ଦ ଓ ଆଲୋକ ବ୍ୟବସ୍ଥା ବ୍ୟବହାର ବିରୋଧରେ ଏକ ସର୍କୁଲାର ଜାରି କରିଛି । ଏହା ସହ ଡିଜେ ସିଷ୍ଟମ, ଆମ୍ପ୍ଲିଫାୟର, ମିକ୍ସର ଓ ଲେଜର ଲାଇଟ୍ କଣ୍ଟ୍ରୋଲର ଭଳି ଅବୈଧ ଉପକରଣ ବ୍ୟବହାର ଉପରେ ମଧ୍ୟ କଟକଣା ଲାଗୁ ହେବ । ଏହି ଗାଡ଼ିଗୁଡ଼ିକ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ପାଇଁ ବିପଦଜନକ ହେଉଥିବାରୁ ଏହାକୁ ରୋକିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ କଡ଼ା ପଦକ୍ଷେପ ନେବ। ନିୟମ ଉଲ୍ଲଙ୍ଘନ କଲେ ଜରିମାନା ସହ ଗାଡ଼ିର ପଞ୍ଜୀକରଣ ଓ ଫିଟନେସ୍ ରଦ୍ଦ କରାଯିବ। ସାର୍ବଜନୀନ ସ୍ଥାନରେ ଏଭଳି ଗାଡ଼ିର ବେଆଇନ ବ୍ୟବହାରକୁ ରୋକିବା ପାଇଁ ପୋଲିସ ବିଭାଗର ସହଯୋଗ ମଧ୍ୟ ଲୋଡ଼ିଛି ରାଜ୍ୟ ପରିବହନ ପ୍ରାଧିକରଣ ବୋଲି ଜଣାପଡ଼ିଛି । ସମସ୍ତ ଆର୍ଟିଓଙ୍କୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ଡିଜେ ଗାଡ଼ି ଜବତ ଓ ଆଇନଗତ ପଦକ୍ଷେପ ନେବାକୁ ରାଜ୍ୟ ପରିବହନ ପ୍ରାଧିକରଣ ନିର୍ଦ୍ଦେଶ ଦେଇଛି । ପାର୍ବଣ ଋତୁରେ ଏଭଳି ଅସୁରକ୍ଷିତ ଡିଜେ ଗାଡ଼ି ବ୍ୟବହାର ନକରିବାକୁ ସାଧାରଣରେ ଅନୁରୋଧ କରାଯାଇଛି ।