centurian jitm

ଜାତୀୟ ଯୁବ ଉତ୍ସବ – ୨୦୨୫ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜାତୀୟ ଯୁବ ଉତ୍ସବ – ୨୦୨୫ ନିମନ୍ତେ ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ସସ୍କୃତି ପରିଷଦ, ବଲାଙ୍ଗିର ଆନୁକୂଲ୍ୟରେ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ତଥା ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥିଭାବରେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ଡି.ଆଇ.ପି.ଆର୍‌.ଓ ସରୋଜ କୁମାର ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଞ୍ଜନ ମିଶ୍ର ଉଦ୍‌ଘାଟନୀ ସମାରୋହକୁ ପରିଚାଳନା କରିଥିଲେ । ଉଭୟ ହିନ୍ଦୀ ଓ ଇଂରାଜୀରେ କବିତା ଲିଖନ, ଗଳ୍ପ ଲିଖନ ,ବକ୍ତୃତା ପ୍ରଦାନ ସହ ଚିତ୍ରକଳା, ଏକକ ଓ ଦଳଗତ ଲୋକନୃତ୍ୟ ତଥା ଏକକ ଓ ଦଳଗତ ଲୋକଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଇଂରାଜୀ ବକ୍ତୃତାରେ ବଲାଙ୍ଗିର ପୌରାଞ୍ଚଳର ବ୍ୟୋମକେଶ ଦତ୍ତ ତ୍ରିପାଠୀ, ହିନ୍ଦୀରେ ଗ୍ରେସି କ୍ରିଷ୍ଟିନା କୁମାର, ସେହିପରି କବିତା ଲିଖନ ଇଂରାଜୀରେ ବଲାଙ୍ଗିର ପୌରାଞ୍ଚଳର ସିଞ୍ଚନ ପାଣିଗ୍ରାହୀ ଓ ହିନ୍ଦୀରେ ଲୋଇସିଂହା ବ୍ଲକର ସ୍ୱୟଂପ୍ରଭା ରାୟ ସାମନ୍ତ, ଗଳ୍ପ ଲିଖନ ଇଂରାଜୀରେ ଲୋଇସିଂହା ବ୍ଲକର ଚିନ୍ମୟୀ ଚାଟାର୍ଜୀ ଓ ହିନ୍ଦୀରେ ବଲାଙ୍ଗିର ପୌରାଞ୍ଚଳର ଆକାଶ ପତି, ଚିତ୍ରାଙ୍କନରେ ଦେଓଗାଁ ବ୍ଲକର ଶୁଭମ ସେଠ, ଏକକ ଲୋକଗୀତରେ ରୋନକ ମହାନ୍ତି ଓ ଦଳଗତ ଲୋକଗୀତରେ ବଲାଙ୍ଗିର ପୌରାଞ୍ଚଳ, ଏକକ ଲୋକନୃତ୍ୟରେ ଚନ୍ଦ୍ରକାନ୍ତ ବାଗ ଓ ଦଳଗତ ଲୋକନୃତ୍ୟରେ ବଲାଙ୍ଗିର ପୌରାଞ୍ଚଳର ପ୍ରତିଯୋଗୀମାନେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି । ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବରେ ବିଥିକା ଚାଟାର୍ଜୀ, ନବୀନ କିଶୋର କୁଅଁର, ଶୁଭ୍ରାଂଶୁ ଶେଖର ମିଶ୍ର, ସନାତନ ଠାକୁର ,ସନ୍ଦୀପ କୁମାର କୁଅଁର, ପ୍ରଶାନ୍ତ ଖମାରୀ, ସତ୍ୟାନନ୍ଦ ବିଶ୍ୱାଳ, ନରେନ୍ଦ୍ରନାଥ ମିଶ୍ର, ଡକ୍ଟର ଅଶ୍ୱିନୀ କୁମାର ରଥ, ଗୋପାଲ ପ୍ରଧାନ, ଦିଲ୍ଲିପ ସିଂହଦେଓ, ଲିଲି ପାଢୀ, ପ୍ରତିମା ଯୋଷୀ, ପ୍ରମୋଦ କୁମାର ବାଗ, ଧନେଶ୍ୱର ତାଣ୍ଡି, ଶ୍ରାବଣୀ ମେହେର ଓ ଚନ୍ଦନା ସିଂ ଯୋଗଦେଇଥିଲେ । ଉଦ୍‌ଯାପନୀ ସମାରୋହରେ ସମସ୍ତ ପ୍ରତିଯୋଗୀଙ୍କୁ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ବିଜୟାନନ୍ଦ ସେଠୀ ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.