ଆଗଲପୁର, (ବିମଳେନ୍ଦୁ ସାହୁ ) : ଆଗଲପୁର ବ୍ଲକରେ କେନାଲ ଖନନ କାର୍ଯ୍ୟରେ ନିୟୋଜିତ ଶ୍ରୀ ବାଲାଜୀ ଇଞ୍ଜିକମ୍ ଲିମିଟେଡର ୨ଜଣ ଟ୍ୟାଙ୍କର ଡ୍ରାଇଭରଙ୍କୁ ଡିଜେଲ ଚୋରୀ କରୁଥିବା ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇଜଣ ହେଲେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା କୁଞ୍ଜମୁଣ୍ଡା ଗ୍ରାମର ମୁକୁନ୍ଦ ନାଏକ ଏବଂ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଗଲିନାକି ଗ୍ରାମର ଯୋଗେଶ୍ୱର ପ୍ରଧାନ । ଉଭୟେ ଟ୍ୟାଙ୍କର ଡ୍ରାଇଭର ଭାବେ କାର୍ଯ୍ୟରତ ଥିବାବେଳେ ବେଆଇନ ଭାବେ ଗାଡିରୁ ଡିଜେଲ ଚୋରୀ କରି ବାହାରେ ବିକ୍ରି କରୁଥିଲେ । ପୋଲିସ ଉଭୟଙ୍କ ଠାରୁ ୪୦ ଲିଟର ଡିଜେଲ ଜବତ କରିବା ସହିତ ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।