ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ଅମର ଆତ୍ମାର ସଦ୍‌ଗତି ଓ ଆହତ ବ୍ୟକ୍ତିମାନଙ୍କ ଆଶୁ ଆରୋଗ୍ୟ କାମନା କରି ସାମୁହିକ ଦୀପ ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ବାହାନାଗାଠାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ଅମର ଆତ୍ମାର ସଦ୍‌ଗତି ଓ ଆହତ ବ୍ୟକ୍ତିମାନଙ୍କ ଆଶୁ ଆରୋଗ୍ୟ କାମନା କରି ଗାଇସିଲେଟ ବସଷ୍ଟାଣ୍ତଠାରେ ରାଜବୋଡା ସମ୍ବର କୃଷକ ସଙ୍ଗଠନ ଓ ଜୟ ଭାରତୀ ଶ୍ରମିକ ସଙ୍ଘ ଗାଇସିଲେଟ ବ୍ଲକ ସଭାପତି ଅରବିନ୍ଦ ପଣ୍ଡାଙ୍କ ନେତୃତ୍ୱରେ ୧ ମିନିଟ ନିରବ ପ୍ରାର୍ଥନା କରାଯାଇ ଏକ ସାମୁହିକ ଦୀପ ପ୍ରଦାନ କରାଯାଇଥିଲା । ଏହି ସାମୁହିକ ଦୀପ ପ୍ରଜ୍ୱଳନରେ ଅବସରପ୍ରାପ୍ତ ଶିକ୍ଷାବିତ ଆର୍ତ୍ତତ୍ରାଣ ଯୋଶୀ, ପିତାମ୍ବର ସାହୁ, ଗଜପତି ସାହୁ, ଗୁପ୍ତେଶ୍ଵର ସାହୁ, ଆଲୋକ ମହାପାତ୍ର ତଥା ବଣିକ ସଙ୍ଘ, ୟୁଥ କ୍ଲବ, ପ୍ରସନ୍ନ ୟୁଥ ଏକ୍ସନ କମିଟି, ରାଜ ମିସ୍ତ୍ରୀ ସଙ୍ଘ, କୋଶଳ ରାଇଜ ମୁକ୍ତି ମୋର୍ଚ୍ଚା, କୋସଲ ରାଜ୍ୟ ସମନ୍ୱୟ ସମିତି, ଡ୍ରାଇଭର ସଙ୍ଘ ଓ ଅନେକ ସଂଗଠନର କର୍ମକର୍ତା ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.