ଦୀପ ଫାଟି ୪ ଆହତ

ସୋରଡ଼ା : ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ବନ୍ଧାଗୋଚ୍ଛା ଗ୍ରାମରେ ଦୀପ ଲଗାଇବା ବେଳେ ଦୀପ ଫାଟି ୪ ଜଣ ଆହତ ହୋଇଥିବା ଜଣାପଡିଛି । ଆହତମାନେ ହେଳେ ଧୋବୁଣି ନାଇକ, ଛବି ନାଇକ, ସୁଷମା ନାଇକ ଓ ତାଙ୍କ ଝିଅ ଅଞ୍ଜଳି ନାଇକ ( ୬) । ସୁଷମା ଓ ଅଞ୍ଚଳିଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛ ।

ସୂଚନା ଅନୁସାରେ ହାତୀ ଉପଦ୍ରବ ଯୋଗୁଁ ସୁରକ୍ଷା ଦୃଷ୍ଟିରୁ ବିଦ୍ୟୁତ ବିଭାଗ ବିଦ୍ୟତ କାଟ କରିଥିଲେ । ବନ୍ଧାଗୋଚ୍ଛା ଗ୍ରାମର ଛବି ନାଇକ ଅନ୍ଧାରରୁ ବର୍ତ୍ତିବା ପାଇଁ କିରୋସିନ ଅଭାବ ଯୋଗୁଁ ଘରେ ଥିବା କିଛି ପେଟ୍ରୋଲକୁ ବ୍ୟବହାର କରିଥିଲେ । ଯାହା ଫଳରେ ପେଟ୍ରୋଲ ଦୀପ ଫାଟିଯାଇ ୪ ଜଣ ଆହତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!