ବରିକେଲ ମଣ୍ଡଳରେ ମାର୍ଗଦର୍ଶକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ବରିକେଲ ମଣ୍ଡଳ ଭେଉଁରିଆ ଠାରେ ମଣ୍ଡଳ ସଭାପତି ସୌକିଲାଲ ସାହାଙ୍କ ନେତୃତ୍ୱରେ ସମସ୍ତଙ୍କ ମାର୍ଗଦର୍ଶକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳନ କରାଯାଇଛି । ଭେଉଁରିଆରେ ଥିବା ଶୈବପୀଠ ଠାରେ “ସେବା ଓ ସମର୍ପଣ” ଦ୍ୱାରା ସ୍ୱଚ୍ଛଭାରତର କାର୍ଯ୍ୟକ୍ରମ କରି ମନ୍ଦିରର ଚାରି ପାଶ୍ୱରେ ସ୍ଵଚ୍ଛ କରାଯାଇଥିଲା । କାର୍ଯ୍ୟକ୍ରମରେ ବାରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପୂର୍ବତନ ଆଦିବାସୀ ମୋର୍ଚ୍ଚା ବରଗଡ଼ ଜିଲ୍ଲା ସଭାପତି ଲୋଚନ ବରିହା, ରାଜ ବୋରାସମ୍ବର ବ୍ଲକ ଅଧ୍ୟକ୍ଷ କୁମର ମଣି ନାୟକ, କୃଷକ ମୋର୍ଚ୍ଚା ସଭାପତି ବସନ୍ତ ବଢ଼େଇ, ହରିଜନ ମୋର୍ଚ୍ଚା ମଣ୍ଡଳ ସଭାପତି ହଜାରୁ ମଲ୍ଲିକ, ମହିଳା ମୋର୍ଚ୍ଚା ମଣ୍ଡଳ ସଭାପତି ଅନିତା ସାହୁ, ବରଗଡ଼ ଜିଲ୍ଲା ସମ୍ପାଦିକା ସରସ୍ୱତୀ ସାହୁ, ବରିକେଲ ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ରାଜେନ୍ଦ୍ର ମାରେଇ, ଉପସଭାପତି ବେଦ ପ୍ରକାଶ ବିଶ୍ୱାଳ, ସାଧାରଣ ସଂପାଦକ ରାଜୀବ ବୁଧିଆ, ମଣ୍ଡଳ ଉପସଭାପତି ଦିବ୍ୟ କିଶୋର ପ୍ରଧାନ, ଟିକେଲାଲ ସାହୁ, ଜିଲ୍ଲା ସଂଯୋଜକ ଯୁବ ମୋର୍ଚ୍ଚା ଲକ୍ଷ୍ମୀକାନ୍ତ ବରିହା ଓ ମଣ୍ଟୁ ପାଣ୍ଡେ, ସାଧାରଣ ସଂପାଦକ ସୁଧାଂଶୁ ପଟେଲ, କୋଷାଧ୍ୟକ୍ଷ ବିଭୀଷଣ ସାହୁ, ସଂପାଦକ ସର୍କିତନ ସାହୁଙ୍କ ସମେତ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ସାମିଲ ଥିଲେ । ଆଗାମୀ ଦିନରେ ହେବାକୁ ଥିବା ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ରକ୍ତଦାନ ଶିବିର ବରିକେଲ ମଣ୍ଡଳ ସଂଯୋଜକ ରାଜିବ ବୁଦ୍ଧିଆଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି । ପରିଶେଷରେ ସରସ୍ୱତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.