ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏକ ନୂତନ ଇତିହାସ ରଚିଛି । ସୁନ୍ଦର ତଥା ଭବ୍ୟ ଅୟୋଜନ କରି ପଞ୍ଚମ ଦିନରେ ପହଁଚିଛି ଓଡ଼ିଶା ଆନ୍ତଃ ବିଶ୍ଵବିଦ୍ୟାଳୟ ସାହିତିକ୍ୟ ଓ ସାଂସ୍କୃତିକ ପ୍ରତିଯୋଗିତା । କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଏଭଳି ଲୋକନୃତ୍ୟର ମହାମିଳନ ବହୁତ ପ୍ରଶଂସା କରିବା ସହ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଯାହାକୁ ନେଇ ପ୍ରତିଯୋଗୀ ମାନଙ୍କ ମଧ୍ୟରେ ଉତ୍କଣ୍ଠା ପରିଲକ୍ଷିତ ହୋଇଛି । ପାଞ୍ଚ ଦିନ ସଫଳ ଆୟୋଜନ ଓଡ଼ିଶା ବିଭିନ୍ନ ବିଶ୍ଵବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ମନମୁଗ୍ଧ କରିଛି । ଅଭିଜ୍ଞତା ହେଉଛି ସର୍ବୋତ୍ତମ ଶିକ୍ଷକ ଯାହାକୁ ଆମେ ଏଠି ଲାଭ କରିଛୁ ତାହା ଅବିସ୍ମରଣୀୟ ହୋଇ ରହିବ ବୋଲି ପ୍ରତିଯୋଗୀଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ଓଡ଼ିଶା ଆନ୍ତଃ ବିଶ୍ଵବିଦ୍ୟାଳୟ ସାହିତିକ୍ୟ ଓ ସାଂସ୍କୃତିକ ପ୍ରତିଯୋଗିତା ପଞ୍ଚମ ଦିନରେ ନୂତନ ସମ୍ମିଳନୀ କକ୍ଷରେ ଚିତ୍ରାଙ୍କନ, ବିଜୁ ପଟ୍ଟାୟକଙ୍କ ପ୍ରେକ୍ଷାଳୟ ଏକକ ଅଭିନଭିୟ, କ୍ଷୁଦ୍ର ନାଟକ ସହ ବିଶ୍ଵବିଦ୍ୟାଳୟ ଖେଳପଡିଆରେ ଦଳଗତ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ନାଟ୍ୟକାର ମନୋଜ ପଟ୍ଟନାୟକ, କୈଳାଶ ପାଣିଗ୍ରାହୀ, ଟେଲି ଅଭିନେତ୍ରୀ ଡ. ତ୍ରିପୁରା ମିଶ୍ର ନାଟକରେ ଏବଂ ଗୁରୁ ଗଜେନ୍ଦ୍ର ପଣ୍ଡା, ଡ. ସିକତା ଦାଶ ଏବଂ ଡ. ମନୋଜ କୁମାର ବେହେରା ନୃତ୍ୟରେ ଯୋଗ ଦେଇଥିଲେ । ପ୍ରତେକ ଦିନ ଭଳି ଆଜି ମଧ୍ୟ ଉନ୍ମୋଚନ ହେଲା ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଦ୍ୱାରା ପ୍ରସ୍ତୁତ ପତ୍ରିକା । ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଛାତ୍ରଛାତ୍ରୀ ମାନେ ପରିଚାଳନା ସହଯୋଗ କରିଥିଲେ ।
Next Post