ବିଜୁ ଜନତା ଦଳ ପକ୍ଷରୁ ବିଦ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ଓ ଆଶାବାଡ଼ି ବଣ୍ଟନ

ବାଙ୍କୀ : ବାଙ୍କୀ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ଦେବୀରଂଜନ ତ୍ରିପାଠୀଙ୍କ ତତ୍ୱାବଧାନରେ ଶିମିଳିପୁର, ହରିରାଜପୁର, କୁଶପଙ୍ଗି, ଡମପଡ଼ା, ଗୋବିନ୍ଦପୁର ଓ ବାଙ୍କୀ ଏନ୍‌ଏସିର ୧୨ଜଣ ବିଦ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ଓ ୨୪ ଜଣଙ୍କୁ ଆଶାବାଡି ବଣ୍ଟନ କରାଯାଇଛି । ସୂଚନା ଅନୁଯାୟୀ, ସ୍ଥାନୀୟ କୁଶପଙ୍ଗି ପଞ୍ଚାୟତ ଅନ୍ତର୍ଗତ ଘାସିପୁଟ ପଞ୍ଚାୟତ ଭବନ ପରିସରରେ ସୋମବାର ଅପରାହ୍ନରେ ଏହି ସଂକ୍ଷିପ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମାଜସେବୀ ତ୍ରିଲୋଚନ ସାହୁଙ୍କ ସଂଯୋଜନାରେ ସଂଚାଳିତ କାର୍ଯ୍ୟକ୍ରମରେ ଡମପଡ଼ା ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ବେଉରା, କୁଶପଙ୍ଗି ସରପଞ୍ଚ ନରେଶ ବେଉରା, ଡମପଡ଼ା ସରପଞ୍ଚଙ୍କ ପ୍ରତିନିଧି ଭବାନୀ ଶଙ୍କର ପରିଜା, ଡମପଡ଼ା ଛାତ୍ର ଜନତାଦଳର ସଭାପତି ଗୌରବ ବଳିୟାରସିଂହ, କୁଶପଙ୍ଗି ସମିତି ସଭ୍ୟଙ୍କ ପ୍ରତିନିଧି ବସନ୍ତ କୁମାର ବେଉରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହି ଦିବ୍ୟାଙ୍ଗମାନଙ୍କୁ ଟ୍ରାଇ ସାଇକେଲ ଓ ଆଶାବାଡ଼ି ବଣ୍ଟନ କରିଛନ୍ତି ।

jittmm
Leave A Reply

Your email address will not be published.