oom

ଇଣ୍ଡୋନେସିଆନ ବ୍ୟାଡ଼ମିଣ୍ଟନ ଗ୍ରାଣ୍ଡ ପିକ୍ସ ଦେଶକୁ ପ୍ରତିନିଧିତ୍ୱ କରିବେ ବଲାଙ୍ଗିର ପୁଅ ଦିବ୍ୟମ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ପୁଅ ଦିବ୍ୟମ କେଲ୍ରିୱାଲ ଆସନ୍ତା ୮ ରୁ ୧୩ ଜୁଲାଇ ମଧ୍ୟରେ ସୁଦୂର ଇଣ୍ଡୋନେସିଆରେ ଅନୁଷ୍ଠିତ ଯୁନେକ୍ସ ସନରାଇଜ ପେମ୍ବନ ଗୁନାନ ଜୟା ରୟା ଜୁନିଅର ଆନ୍ତର୍ଜାତିକ ଗ୍ରାଣ୍ଡ ପୀକ୍ସ ୨୦୨୫ରେ ଅଣ୍ଡର ୧୯ ଏକକ ବର୍ଗରେ ଭାରତର ପ୍ରତିନଧିତ୍ୱ କରିବେ । ସେ ଏହା ପୂର୍ବରୁ ରାଜ୍ୟ ଅଣ୍ଡର ୧୯ ଓ ଅଣ୍ଡର ୧୭ ସ୍ତରରେ ଏକକ ଓ ଯୁଗଳ ବର୍ଗରେ ଚାମ୍ପିଆନ ଆଖ୍ୟା ଅର୍ଜନ କଟିସାରିଛନ୍ତି । ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳରେ ଅଂଶ ଗ୍ରହଣ କରିବାରେ ବଲାଙ୍ଗିରର ଦିବ୍ୟମ ପ୍ରଥମ ଖେଳାଳି । ସେ ବଲାଙ୍ଗିରର ଜଣାଶୁଣା ବ୍ୟବସାୟୀ ଆଦିତ୍ୟ ଓ ପତ୍ନୀ ଶୀତଳ କେଜ୍ରିୱାଲଙ୍କ ପୁଅ । ପୁଅର ଏହି ଉପଲବ୍ଧି ଉଭୟ ପିତା ମାତାଙ୍କ ଦୀର୍ଘ ଦିନର ସଂଘର୍ଷ ଫଳ ଦେବା ସହ ଉଭୟ ପିତା ମାତା ଓ ଦିବ୍ୟମ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି।

jittmm
Leave A Reply

Your email address will not be published.