ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ ବୁଧବାର ସନ୍ଧ୍ୟାରେ କ୍ଲବ ପରିସରରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ୨୦୨୫-୨୬ ନିମନ୍ତେ ରୋଟାରିୟାନ୍ ମାନଙ୍କ ମଧ୍ୟରେ ଚୟନ ହୋଇଥିବା ନୂତନ କର୍ମକର୍ତ୍ତାଙ୍କ ଶପଥ ପାଠ ଗ୍ରହଣ ପାରମ୍ପରିକ ଭାବେ ସମ୍ପନ୍ନ ହୋଇଯାଇଛି । ସଭାପତି ଡ଼ଃ. ବିମଳ ପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ରୋଟାରିୟାନ୍ ମନୋଜ କୁମାର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଆସିଷ୍ଟାଣ୍ଟ ଗଭର୍ଣ୍ଣର ବିଭୁ ପ୍ରସାଦ ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ସମ୍ପାଦକ ଦ୍ଵାରକା ପ୍ରସାଦ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ଚଳିତ ବର୍ଷ ୨୦୨୫-୨୬ ନିମନ୍ତେ ରୋଟାରିୟାନ୍ ତଥା ହାଇକୋର୍ଟ ଓକିଲ ପଦ୍ମଚରଣ ସାହୁ ସଭାପତି ଓ ବିଶିଷ୍ଟ ସମାଜସେବୀ ସଫଳ ଡ଼ମ୍ବୁରୁଧର ସାହୁ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ଅବସରରେ ଛତ୍ରପୁର ରୋଟାରୀ କ୍ଲବ ଦ୍ୱାରା ବିଗତ ବର୍ଷ ମାନଙ୍କରେ ହୋଇଥିବା ସମାଜ ମଙ୍ଗଳ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଥିଲା । ନୂତନ ସଭାପତି ପଦ୍ମଚରଣ ସାହୁ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ଆଗାମୀ ଦିନରେ କ୍ଳବ ପକ୍ଷରୁ ହେବାକୁ ଥିବା ନୂତନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଶେଷରେ ନୂତନ ସମ୍ପାଦକ ଡ଼ମ୍ବୁରୁଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.