କଳାହାଣ୍ଡି, (ନରୋତ୍ତମ ସେଲମା) : କୋଣାର୍କ ଠାରେ ଚାଲିଥିବା ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ଦ୍ୱିତୀୟ ଦିନରେ କ୍ରୀଡା ବିଷୟ ବସ୍ତୁ ଆଧାରିତ ବାଲୁକା ଚିତ୍ର ନିର୍ମାଣ କରାଯାଇଛି । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଂଚାୟତ ଡ଼ଙ୍ଗରମୁଣ୍ଡା ଗ୍ରାମର ଯୁବ ବାଲୁକା ଶିଳ୍ପୀ ଓମପ୍ରକାଶ ସାହୁ ଭାରତୀୟ କ୍ରୀଡା ଓ କ୍ରୀଡା କିମ୍ବଦନ୍ତୀଙ୍କ ସୁନ୍ଦର ବାଲୁକା ଚିତ୍ର ନିର୍ମାଣ କରି ବେଶ ଦର୍ଶକୀୟ ପ୍ରଶଂସା ପାଇଛନ୍ତି ।