oom

ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ଠାରେ ସାଧାରଣତନ୍ତ୍ର ଦିବସ ପାଳିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଆଇନ୍‌ ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜିବ କୁମାର ପ୍ରଧାନ ପତାକା ଉତ୍ତୋଳନ କରିଥିଲେ । ୧୯୫୦ ଜାନୁୟାରୀ ୨୬ ତାରିଖରେ ବ୍ରିଟିଶ ସାମ୍ବାଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରୀକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ତେଣୁ ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ ବୋଲି ଅଧ୍ୟକ୍ଷ କହିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସହକାରୀ ପ୍ରଧ୍ୟାପକ ଚଣ୍ଡୀ ପ୍ରସାଦ ଖମାରୀ, ମନିନ୍ଦର ସିଂ ହଂସପାଲ, ବରିଷ୍ଠ କିରାଣୀ କୃଷ୍ଣ ଚନ୍ଦ୍ର ପଟେଲ, ଅନ୍ୟ କର୍ମଚାରୀ ସମେତ ଆଇନ ମହାବିଦ୍ୟାଳୟର ପ୍ରଥମ ବର୍ଷ, ଦ୍ୱିତୀୟ ବର୍ଷ ଏବଂ ତୃତୀୟ ବର୍ଷର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.