- ଆମ ପୋଷାକ ଆମ ପରିଚୟ
ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : “ଓଡ଼ିଆ ପକ୍ଷ” ପାଳନର ଦ୍ୱିତୀୟ ଓ ତୃତୀୟ ଦିବସ ହେଉଛି ପାରମ୍ପରିକ ପୋଷାକ ପରିଧାନ କାର୍ଯ୍ୟକ୍ରମ “ଆମ ପୋଷାକ ଆମ ପରିଚୟ” । ଏହି କ୍ରମରେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ସୂରଜ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅଭିମନ୍ୟୁ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଯୋଗ ଦେଇଥିଲେ । ସେହିଭଳି ସମସ୍ତ କାର୍ଯ୍ୟାଳୟ, ସମସ୍ତ ବ୍ଲକ, ସମସ୍ତ ତହସିଲ, ସମସ୍ତ ପୌର ପରିଷଦ ଅଞ୍ଚଳ ସହିତ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଆଜି ପାରମ୍ପରିକ ପୋଷାକ ପରିଧାନ କରାଯିବା ସହିତ “ଆମ ପୋଷାକ ଆମ ପରିଚୟ” ସ୍ଲୋଗାନ ଦିଆଯାଇଥିଲା ।