ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ୯୧ତମ ପବିତ୍ର ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ଜଳଧର ମହାପାତ୍ରଙ୍କ ଅଧ୍ୟକ୍ଷତା ଓ ଶିକ୍ଷୟିତ୍ରୀ ଝରଣା ସାହୁ ତଥା ମମତା ପରିଡ଼ାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜ୍ଞାନଜ୍ୟୋତି ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ଡ. ମୀନାକ୍ଷୀ ଷଡ଼ଙ୍ଗୀ ମୁଖ୍ୟଅତିଥି ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍କଳ ଦିବସ ପାଳନର ଲକ୍ଷ୍ୟ, ଓଡିଶା ଗଠନର ଇତିହାସ ଓ ବିଭିନ୍ନ ମହାପୁରୁଷଙ୍କ ଅବଦାନ, ତଥା ଉତ୍କଳ କିପରି ଉତ୍କୃଷ୍ଟ କଳାର ଦେଶ ସେ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସ୍କୁଲର ଅଧ୍ୟକ୍ଷ ଜଳଧର ମହାପାତ୍ର ସ୍ୱାଗତ ଭାଷଣ, ଅତିଥିଙ୍କ ପରିଚୟ ପ୍ରଦାନ ପରେ ଉତ୍କଳ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଛାତ୍ରୀ ବିଶ୍ୱ ବନ୍ଦିତା ଦାସ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ପରେ ଅତିଥିଙ୍କ ଦ୍ୱାରା ସ୍ୱେଚ୍ଛାସେବୀ, ଶ୍ରେଷ୍ଠ ଛାତ୍ର ଆୟୁଷ ପଟ୍ଟନାୟକ ଓ ଶ୍ରେଷ୍ଠ ଛାତ୍ରୀ କ୍ରିତିକା ଷଡ଼ଙ୍ଗୀ ତଥା ପ୍ରଶ୍ନୋତ୍ତରୀ କାର୍ଯ୍ୟାକ୍ରମ କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ତଥା ନବମ ଶ୍ରେଣୀରେ ବିଜ୍ଞାନରେ ପଥମ ସ୍ଥାନ ଅଧିକାର କରିଥିବା ଶ୍ରେୟା ଜେନାଙ୍କୁ ନଗଦ୪ ହଜାର, ଦ୍ୱିତୀୟରେ ଥିବା ପ୍ରତ୍ୟୁଷ ନାୟକଙ୍କୁ ନଗଦ ୩ ହଜାର ଓ ତୃତୀୟ ସ୍ଥାନରେ ଥିବା ଛାତ୍ର ଅମନ ଆଚାର୍ଯ୍ୟଙ୍କୁ ନଗଦ ୨ ହଜାର ଟଙ୍କା ସୁବର୍ଣ୍ଣି ସୁନ୍ୟାନୀଙ୍କ ସ୍ମୃତିରେ ବିଜ୍ଞାନ ଏକାଡେମୀକ ପୁରସ୍କାର ୨୫-୨୬ ପାଇଁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ଓ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ଶିକ୍ଷୟିତ୍ରୀ ରଶ୍ମିତା ସାହୁ, ଛାତ୍ର କୁଳଦୀପ ଦାସ, ଛାତ୍ରୀ ସାଇ ଶ୍ରଦ୍ଧା ଦାସ ଉତ୍କଳ ଦିବସ ଉପରେ ବକ୍ତବ୍ୟ ରଖିଥିଲେ । କୁଳଦୀପ ଏହି ଅବସରରେ ଓଡ଼ିଆ ଭାଷା ଓ ଓଡ଼ିଶାର ଗରିମା ବଜାୟ ରଖିବା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଶେଷରେ ଶିକ୍ଷୟିତ୍ରୀ ଅନୁପମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲଲାଟେନ୍ଦୁ ମହାନ୍ତି, ମନୀଷ ବେହେରା, ସୁପ୍ରଭା ମହାନ୍ତି, ସୁଜିତ କୁମାର ତନ୍ତି, ଗୌତମ ରାୟ, ଜ୍ୟୋତିରେଖା ପଣ୍ଡା, ସ୍ୱର୍ଣ୍ଣଲତା ସାମଲ, ସନ୍ଧ୍ୟାରାଣୀ ଦାସ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।