ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲାଲଟିକ୍ରା ଠାରେ ଅବସ୍ଥିତ ଥିବା ଆର୍ସିଡିସି କାର୍ଯ୍ୟାଳୟ ଠାରେ ୩୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆର୍ସିଡ଼ିସିର ଆଞ୍ଚଳିକ ପରିଚାଳକ ଶମ୍ଭୁ ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ଉକ୍ତ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପୂର୍ବତନ ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଉପସ୍ଥିତ ରହି ଆର୍ସିଡିସିର କାର୍ଯ୍ୟକ୍ରମ ଉପରେ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଆର୍ସିଡିସିର ସର୍ବପୁରାତନ ପ୍ରୋଗ୍ରାମ ଅଫିସର ପ୍ରମୋଦ ବଗର୍ତ୍ତି ଉପସ୍ଥିତ ରହି ବଲାଙ୍ଗିର ଜିଲ୍ଲାରେ କରିଥିବା ସଫଳ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଏହି ଅବସରରେ ତ୍ରିରଙ୍ଗା ଯୁବକ ସଂଘର କୈଳାସ ସାହୁ ସଂଗଠନ ଉପରେ ସକାରାତ୍ମକ ପ୍ରଭାବର ମତାମତ ପ୍ରଦାନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ ଖୁଆସ, ପଲ୍ଲୀ ଆଲୋକ ପାଠାଗାରର ପଞ୍ଚାନନ ମିଶ୍ର, ଦ ହ୍ୟୁମାନ ଡେଭଲପମେଣ୍ଟର କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ ।