ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ମାଲପଡା ରାମ ସ୍ଵାମୀ ମନ୍ଦିର ଠାରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ମହିଳା ସମିତି ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ନିହାରିକା ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ପ୍ରାନ୍ତ ସଭାପତି କିଶୋର ମୋହନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମହିଳା ସଦସ୍ୟମାନଙ୍କ ମଧ୍ୟରେ ରଞ୍ଜିତା ମିଶ୍ର, ବୀଣାପାଣି ଆଚାର୍ଯ୍ୟ, ରାଜଶ୍ରୀ ତ୍ରିପାଠୀ, ସଂଯୁକ୍ତା ମିଶ୍ର, ଅଞ୍ଜଳି ବେହେରା, ମୃଣ୍ମୟୀ ମିଶ୍ର, କୁସୁମ ଶତପଥୀ ପ୍ରମୁଖ ବକ୍ତବ୍ୟ ରଖଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୀତାଞ୍ଜଳି ଗୁରୁ, ଶୀଳା ରଥ, ପ୍ରଭାସିନୀ ପଣ୍ଡା, ରଞ୍ଜୁ ଶତପଥୀ, ଅନ୍ନପୂର୍ଣ୍ଣା ପଣ୍ଡା, ପଙ୍କଜିନୀ ଥନାପତି, ଶ୍ଵେତା ମଞ୍ଜରୀ ଥନାପତି, ତିଳୋତ୍ତମା ଥନାପତି, ଯୋଗୀତା ହାତୀ ପ୍ରମୁଖ ଯୋଗ ଦେଇଥିଲେ ।