ହଳଦୀରେ ଜନମୁକ୍ତି ଅନୁଷ୍ଠାନ ପକ୍ଷରୁ ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତସ୍ଥିତ କଲ୍ୟାଣ ମଣ୍ଡପଠାରେ ଜନମୁକ୍ତି ଅନୁଷ୍ଠାନ ପକ୍ଷରୁ ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁଙ୍କ ସଭାପତିତ୍ୱରେ ତଥା ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ସାଂସଦ ପ୍ରତିନିଧି ତଥା ବିଜେପି ବଲାଙ୍ଗିର ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ଯୋଗ ଦେଇ କାର୍ୟ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ଗୁଞ୍ଚିତରା ଉଚ୍ଚପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ମହାନ୍ତି ,ସମ୍ମାନିତ ଅତିଥି ଭାବରେ ରିଲାଏନ୍ସ ଫାଉଣ୍ଡେସନର ପିୟୁ ରାଣୀ ମାଳା, ଆଇନ ପରାମର୍ଶଦାତା ତଥା ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ପାଣିଗ୍ରାହୀ,ଭାଲୁମୁଣ୍ଡା ପ୍ରସନ୍ନପାଳ କଲେଜର ଅଧ୍ୟାପିକା ଜୟଶ୍ରୀ ବିଶ୍ୱାଳ, ଟିଟିଲାଗଡ଼ର ଆଇସିଡ଼ିଏସ କର୍ମୀ ତଥା ସମାଜ ସଂସ୍କାରକ ମେନକା ମେହେର, ହଳଦୀ ବୀରସୁରେନ୍ଦ୍ର ସାଏ କଲେଜର ଅଧ୍ୟାପିକା ରଶ୍ମିତା ଦାସ, ଭାଲୁମୁଣ୍ଡା ପ୍ରସନ୍ନପାଲ କଲେଜର ଅଧ୍ୟାପକ ସଞ୍ଜୀବ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ଡଃ ଭଗବାନ ମହାନ୍ତି, ୟୁନିୟନ ବ୍ୟାଙ୍କ ହଳଦୀର ବ୍ୟାଙ୍କମିତ୍ର ସୁଗନ୍ଧା ବାଗ, ହଳଦୀର ଏମବିକେ ନୀଳିମା ବାଗ ଓ ମାଲିଶିରା ଏମବିକେ ନମିତା ବାଗ ଉପସ୍ଥିତ ରହି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ୱାରା ମହିଳା ସଶକ୍ତି କରଣ ଉପରେ ଆଲୋକପାତ କରାଯାଇଥିଲା । ଭାରତୀୟ ଇତିହାସରେ ନାରୀମାନଙ୍କ ସମାଜ ଓ ଦେଶ ପାଇଁ ବଳିଦାନ ଓ ତାଙ୍କର ବୀରତ୍ୱ ଗାଥା ଆଲୋଚନା ହୋଇଥିଲା । ପୁରୁଷ ସମାଜରେ ନାରୀମାନଙ୍କ ଅଗ୍ରଗତି, ତାଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ସମ୍ମାନ ଅତିବ ଗୁରୁତ୍ୱପୂର୍ଣ୍ଣ ଅଟେ । ବର୍ତ୍ତମାନ ଆମ ଦେଶରେ ପୁରୁଷ ଅପେକ୍ଷା ମହିଳା ସଂଖ୍ୟା କମହେବା ଏକ ଚିନ୍ତାର ବିଷୟ । ପୁରଷ ଓ ମହିଳା ଏକ ମୁଦ୍ରାର ଦୁଇପାର୍ଶ୍ୱ । ବ୍ୟକ୍ତି ପରିବର୍ତ୍ତନ ହେଲେ ପରିବାର – ଗ୍ରାମ – ରାଜ୍ୟ -ଦେଶ- ବିଶ୍ୱ ପରିବର୍ତ୍ତନ ହେବ କିନ୍ତୁ ନାରୀ ପରିବର୍ତ୍ତନ ହେଲେ ସିଧାସଳଖ ବିଶ୍ୱ ପରିବର୍ତ୍ତନ ହେବ । ନାରୀ ମାନଙ୍କୁ ଆମ ସମ୍ବିଧାନରେ ସମସ୍ତ ପ୍ରକାରର ଅଧିକାର ଦିଆଯାଇଛି । ସମାନତା ଅଧିକାର, ନ୍ୟାୟିକ ଅଧିକାର, ଶିକ୍ଷ୍ୟା ଅଧିକାର ଏହା ଉପରେ କିଛି ପରିମାଣରେ ଆଜିର ନାରୀମାନେ ସଚେତନ ହୋଇଛନ୍ତି କିନ୍ତୁ ଆହୁରି ଅଧିକ ଗ୍ରାମମାନଙ୍କରେ ସଚେତନତା କରିବାର ଅଛି । ଆଜି ମଧ୍ୟ ସମାଜରେ ନାରୀ ନିର୍ଯ୍ୟାତନା, ଶୋଷଣ, ଅସଦାଚରଣ, ଭ୍ରୁଣହତ୍ୟା ଭଳି ଅନେକ ଅସାମାଜିକ କାମ ଲୋକ ଲୋଚନକୁ ଆସୁଛି । ଆଜିକାର କାର୍ଯ୍ୟକ୍ରମରେ ମହିଳା ମାନଙ୍କୁ ଆତ୍ମନିର୍ଭର କରାଇବା, ସେମାନଙ୍କ ଦକ୍ଷତା ବୃଦ୍ଧି ସହିତ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅଭିବୃଦ୍ଧି କରାଇବା, ଏକ ସୁସ୍ଥ ସମାଜ ଗଠନରେ ସହାୟକ ହେବା । ବିଭିନ୍ନ ପ୍ରକାର ସରକାରୀ ଯୋଜନାରେ ସେମାନେ କିପରି ସାମିଲ ହୋଇପାରିବେ ତାହା ଆଲୋଚନା କରାଯାଇଥିଲା । ମହିଳା ମାନଙ୍କୁ ମାଗଣାରେ ଆଇନ ସେବା ଯୋଗାଇ ଦିଆଯାଉଥିବା ବ୍ୟବସ୍ଥା ଅଛି ତାହାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ । ଗାଁମାନଙ୍କରେ ଦେଖାଯାଉଥିବା ଏ ସମସ୍ୟାର ସମାଧାନ କରିବାର ଭୂମିକା ମହିଳାମାନେ ହାତକୁ ନେଇ ତାହାର ସମାଧାନ କରିବାକୁ ଆଜିଠାରୁ ସଂକଳ୍ପ ନେବା ପାଇଁ ଉତ୍ସାହ ସୃଷ୍ଟି କରାଯାଇଥିଲା । ମୁରିବାହାଲ ଭଳି ଏକ ଅନୁନ୍ନତ ଅଂଚଳରେ ଜନମୁକ୍ତି ଅନୁଷ୍ଠାନ ତୃଣମୂଳସ୍ତରରେ ଯେଉଁ ଭଳି ଭାବରେ ମହିଳାମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ପଦକ୍ଷେପ ନେଉଛନ୍ତି, ତାହାକୁ ଅତିଥି ମାନଙ୍କ ଦ୍ୱାରା ଭୁରି ଭୁରି ପ୍ରଶଂସା କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ମହିଳାନେତ୍ରୀମାନଙ୍କୁ କାର୍ଯ୍ୟକ୍ରମରେ ଜନମୁକ୍ତି ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ସେମାନଙ୍କ ମଧ୍ୟରେ ନମିତା ବାଗ ଜଣେ ସଫଳ ମହିଳା ଉଦ୍ୟୋଗୀ ଭାବରେ, ଶ୍ରଦ୍ଧାଞ୍ଜଳି ମହାନ୍ତିଙ୍କୁ ଜଣେ ସୁଦକ୍ଷ ଶିକ୍ଷାବିଦ୍, ଉତ୍ତମ ଗୃହିଣୀ ଯାହାକି ସେ ନିଜର ଜୀବନକୁ ବାଜି ଲଗାଇ ଏକ କଠିନ ପରିସ୍ଥିତିରେ ଗୋଟିଏ କିଡନୀ ଦାନକରି ନିଜ ସ୍ଵାମୀଙ୍କ ଜୀବନ ବଞ୍ଚାଇପାରିଛନ୍ତି, ରଶ୍ମିତା ଗହୀରଙ୍କୁ ଜଣେ ଉତ୍ତମ ଛେଳି ପାଳକ କ୍ୟାଡ଼ର ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ଗୋପାଳ ମେହେର ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ଜନମୁକ୍ତି ଅନୁଷ୍ଠାନର ମହିଳା କର୍ମୀ ଚିତ୍ରରେଖା ସାହୁ ଓ ସଂଜିତା ହାତୀ ପରିଚାଳନା କରିଥିବାବେଳେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ କର୍ମୀ ସଂଜୀବ କୁମାର ବାରିକ, ଗୋପାଳ ମେହେର, ପ୍ରକାଶ ବନ୍ଦୀଛୋର, ଚନ୍ଦନ ମେହେର, ଧର୍ମା ସାହୁ, ଲଳିତ ରଣା, ସୁବର୍ଣ୍ଣି ବାଗ, କିରଣ ଜାଲ, ବିଦୁ ବାଗ, ଝତକେତନ ବସ୍ତିଆ, ସୁଶୀଲ ସାହୁ, ଜାନକୀ ଭୋଇ, କୁମଦିନୀ ପାତ୍ର, ବୈଷ୍ଣବୀ ମହାକୁର, ବିଦେଶି ବୁଡ଼େକ, ମତୀନ୍ଦ୍ର ବାଗ, ଚନ୍ଦ୍ର ଚରଣ ସାହୁ, ପିଙ୍କି ଶିଖା, ସୁଶୀଲ ବାଗ, ଚନ୍ଦ୍ରକାନ୍ତ ହଂସ, ବୈଷ୍ଣବ ଛତର, ବିକ୍ରମ ରଣା ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଭାବେ ସହଯୋଗ କରିଥିଲେ ।

Leave A Reply

Your email address will not be published.