ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ ବ୍ଲକର ଡାଙ୍ଗବାହାଲ ଗ୍ରାମ ପଂଚାୟତ ଅଧିନସ୍ଥ ପଣ୍ଡରିପାଣି ଗ୍ରାମରେ ଦେବଦତ୍ତ କ୍ଲବ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡାଙ୍ଗବାହାଲ ସମିତି ସଭ୍ୟା ଶ୍ରୀମତୀ କଳ୍ପନା ବାରିକ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ପାଟଣାଗଡ ଏଟିଏମ୍ ପଦ୍ମିନୀ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏମ୍ବିକେ ସଂଗୀତା ବାଗ, ପଂଚାୟତ ସ୍ତରୀୟ ମହିଳା ମହାସଂଘର ସଭାପତି କୁନି ଭୋଇ ଓ ଦେବଦତ୍ତ କ୍ଲବ ବୋର୍ଡ ସଭ୍ୟ କୁଳମଣି ସାହୁ, ବରିଷ୍ଠ ପରାମର୍ଶଦାତା ନନ୍ଦି କିଶୋର ଷାଣ୍ଢ ଯୋଗଦେଇ ମହିଳା ଦିବସରେ ସମସ୍ତ ମହିଳାଙ୍କୁ ନିଜ କର୍ତ୍ତବ୍ୟ ପଥରେ ଆଗେଇବା ସହ ସମାଜରେ ଜଣେ ପରିଚିତ ନାରୀ ହେବା ପାଇଁ ପ୍ରେରିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରକଳ୍ପ ସଂଯୋଜକ ଶେଷଦେବ ସାହୁ ପରିଚାଳନା କରିଥିଲେ । ଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇଥିବା ବାସନ୍ତୀ ମେହେର, ଦ୍ଵିତୀୟ ସ୍ଥାନ ଚନ୍ଦ୍ରାବତୀ ସାହୁ ଏବଂ ତୃତୀୟ ସ୍ଥାନ ପାଇଥିବା ସଜନା କୁମ୍ଭାର ଓ ହୁଳହୁଳି ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ପାଇଁ ପ୍ରଭାସିନୀ ସାହୁ, ଦ୍ଵିତୀୟ ସ୍ଥାନ ପାଇଁ କୁମଦିନୀ ଭୋଇ ଓ ଲତା ବରିହା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ କୌଶଲ୍ୟା କଇଁଚିଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଭଲ ଉଦ୍ୟୋଗୀ ମହିଳା ବଲ୍ଲଭୀ ଦଣ୍ଡସେନା, ଭଲ ମହିଳା ଚାଷୀ ପ୍ରଭାସିନୀ ସାହୁ ଓ ଭଲ ମହିଳା ବୁଣାକାର ଶ୍ରୀମତୀ ତପସ୍ୱିନୀ ମେହେରଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଯୋଗ ଦେଇଥିଲେ । ନିମାଇଁ ଚରଣ ଦାଶ, ଶବ୍ଦ ଗଡତିଆ ସହଯୋଗ କରିଥିବା ବେଳେ ଗାୟତ୍ରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post
Next Post