କନସିଂହା ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ କନସିଂହା ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଆଜି ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ବିଜ୍ଞାନ ଶିକ୍ଷିକା ଶ୍ରୀମତୀ ଚନ୍ଦନା ଚନ୍ଦ୍ରପ୍ରଭା ପଧାନ ସମସ୍ତଙ୍କୁ ସ୍ୱାଗତ କରି ଏହି ଦିବସର ତାତ୍ପର୍ଯ୍ୟ ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ପ୍ରଧାନ ଶିକ୍ଷକ ବିଜ୍ଞାନର ଉପକାରିତା ଓ ଅଗ୍ରଗତି ସମ୍ବନ୍ଧରେ ଭାଷଣ ଦେଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ କ୍ରିଷ୍ଣା ବିଶି, ଆର୍ଯ୍ୟା ପଲକ ଭୋଇ, ଅର୍ପିତାରାଣୀ ହରପାଲ ଓ ଶିଖା ବରିହା ଅଭିଭାଷଣ ପ୍ରଦାନ କରିଥିଲେ । ଅରୁଣ କୁମାର ବନିଆ, ରୋଶନୀ ଦେହେରୀ, ହରିହର ସାହୁ, ଜିତେନ୍ଦ୍ରିୟ ଗିଙ୍ଗିରା, ବଳରାମ ଦେହେରୀ, ସଞ୍ଜୟ ଦେହେରୀ, ସୁଶାନ୍ତ ମେହେର, ତରଣୀସେନ ସାହୁ ନିଜ ନିଜ ମନ୍ତବ୍ୟ ପ୍ରଦାନ କରିଥିଲେ । ପରେ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଠାନ୍ନ ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ମୋନାଲିସା ପାଣିଗ୍ରାହୀ, ଆଦିତ୍ୟ ଦାଶ, ଶଶୀଭୂଷଣ ବାରିକ ସହାୟତା କରିଥିଲେ । ପରିଶେଷରେ ଦାଶରଥୀ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.