ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଲେପ୍ରା ସୋସାଇଟିର ସମ୍ମିଳନୀ କକ୍ଷରେ ଏହାର ୩୭ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳନ ହୋଇଯାଇଛି । ଲେପ୍ରା ସୋସାଇଟିର ଓଡିଶା ରାଜ୍ୟ ଆମ୍ବାସେଡର ଗୋରେଖନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଲେପ୍ରୋସି ଅଧିକାରୀ ଡ଼ା. ତ୍ରିବିକ୍ରମ ପାଣ୍ଡିଆ ଓ ଅନ୍ୟତମ ଅତିଥି ଭାବରେ ଜିଲ୍ଲା କୁଷ୍ଠ ରୋଗ ସଂଯୋଜକ ଗୌରୀଶଙ୍କର ପଣ୍ଡା, ହରୀତା ସାହୁ ବକ୍ତା ଭାବରେ ମଞ୍ଚାସୀନ ରହି ଅନୁଷ୍ଠାନର ସେବା ମନୋଭାବ ସଂପର୍କରେ ମତବ୍ୟକ୍ତ କରିଥିଲେ । କୁଷ୍ଠ ମୁକ୍ତ ସାଧୁ ଅରୁଣ ସୁନା ମଧ୍ୟ ତାଙ୍କର ୩୭ ବର୍ଷର ଅଭିଜ୍ଞତା ଓ ଅଙ୍ଗେ ନିଭାଇଥିବା କିଛି କଥା ବର୍ଣ୍ଣନା କରିବା କୁଷ୍ଠ ରୋଗର ପ୍ରତିଷେଧ, ନିରାକରଣ ସହ ସାମାଜିକ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ । ଭିଜିଓଥେରାପିଷ୍ଟ୍ ବାଲ ଗୋପାଲ ନାଗ ସଭା ତଥା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ବର୍ଷା ରାଣୀ ସାହୁ ଓ ଗୋବିନ୍ଦ ଦୀପ ପ୍ରମୁଖ ସହଯୋଗ କରିଥିଲେ ଶେଷରେ କାହ୍ନୁଚରଣ ଡାକୁଆ ଧନ୍ୟବାଦ ପ୍ରଦାନ କରିଥିଲେ ।