ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପି.ଏମଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢିବା ଗଢିବା ଓଡିଶା ଓ ପଠନ ପ୍ରୋତ୍ସାହନ ଦିବସ ପାଳନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କବି ରଞ୍ଜନ କୁମାର ବ୍ରହ୍ମା, ଗାଳ୍ପିକା ନମିତା କୁମାରୀ ପାଠୀ ଓ ସମାଜସେବୀ ଅରୁଣ କୁମାର ଶତପଥି ଯୋଗଦେଇଥିଲେ । କବି ରଞ୍ଜନ କୁମାର ବ୍ରହ୍ମା ଶିଶୁକବିତା ପାଠ କରି କବିତା ଲେଖିବା ଶୈଳୀ ଏବଂ ତାକୁ ସଂରକ୍ଷିତ କରିବା କୌଶଳ ସମସାମୟିକ ପରିସ୍ଥିତି କି ନେଇ ପ୍ରକୃତି ଆଧାରିତ ଅନୁଭୂତି ଆଧାରିତ କବିତା ଲେଖିବା ଶୈଳୀ ଶିକ୍ଷା ଦେଇଥିଲେ । ପରେ ପରେ ଗାଳ୍ପିକା ମିନତୀ କୁମାରୀ ପାଠୀ ଶିଶୁ ଗଳ୍ପ ଉପସ୍ଥାପନା କରି ପିଲାଙ୍କୁ ପ୍ରତ୍ୟେକ ଅନୁଭୂତିରୁ ସୁନ୍ଦଟି ଶିକ୍ଷଣୀୟ ଗଳ୍ପ ତିଆରି ହୁଏ, ଯାହା ସମସ୍ତଙ୍କ ହୃଦୟ କୁ ଛୁଏଁ ଏହା ଅନୁଭବ କରାଇ ଥିଲେ । ସମାଜସେବୀ ଅରୁଣ କୁମାର ଶତପଥୀ ପିଲାମାନଙ୍କୁ ବହି ପଢିବା ସହ ଖବର କାଗଜ, ଗଳ୍ପ କବିତା ପଢିବା ପାଇଁ ଉପଦେଶ ଦେଇଥିଲେ । ଯାହାଫଳରେ ସୃଜନଶୀଳତାର ଦକ୍ଷତା ବୃଦ୍ଧି ପାଇବ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିବାବେଳେ ଶିକ୍ଷକ ଦିଲ୍ଲୀପ କୁମାର ପଲେଇ ଓ ଶିକ୍ଷୟିତ୍ରୀ ଅଞ୍ଜନା ବଡ଼ତ୍ୟା ସହଯୋଗ କରିଥିଲେ ।
Next Post