oom

ଆଦର୍ଶ ପାଠାଗାର ପୁସ୍ତକ ମେଳାର ଉଦ୍‌ଯାପନୀ ଦିବସ

jsmm
  • କବିର ଦରଦୀ ଇଲାକାର ବଂଧୁ ହେଉଛି କବିତା

ରାଉରକେଲା, (ସସ୍ମିତା ପ୍ରଧାନ) : କବିର ଦରଦୀ ଇଲାକାର ବଂଧୁ ହେଉଛି କବିତା । ଭଲ ମଣିଷ ହେବାକୁ ହେଲେ ଆମ ଭିତରେ ଥିବା ମଣିଷତ୍ୱକୁ ଜାଗ୍ରତ କରିବାକୁ ପଡିବ, ଏଥିପାଇଁ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ଆଦର୍ଶ ପାଠାଗାର ଆୟୋଜିତ ୨୮ତମ ପୁସ୍ତକ ମେଳାର ଉଦ୍‌ଯାପନୀ ଦିବସରେ ମତ ପ୍ରକାଶ କରିଥିଲେ । ପୁସ୍ତକ ମେଳାର ଉଦ୍‌ଯାପନୀ ଦିବସରେ ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମ ଅବସରରେ ଚଳିତ ବର୍ଷ ଲକ୍ଷ୍ମୀଧର ନାୟକ ସ୍ମୃତି ସମ୍ମାନରେ କବି ନିତ୍ୟାନନ୍ଦ ନାୟକ (କଶ୍ୟପ)ଙ୍କୁ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ଓ ସମ୍ବର୍ଦ୍ଧିତ ଅତିଥି ଦ୍ୱୟ ଉପରୋକ୍ତ ବକ୍ତବ୍ୟ ସହ କବି ସବୁବେଳେ ସମ୍ବେଦନଶୀଳ ସତ୍ତାଟିଏ ଓ କବିତା ସୃଷ୍ଟି ହୁଏ ଗଭୀରତମ ମମତ୍ୱବୋଧରୁ ବୋଲି ମତ ରଖିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସେହିପରି ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଦାୟିତ୍ୱ ତୁଲାଇଥିବା ବବିତା ମହାଳିକ, ଲିପ୍ସା ମହାନ୍ତି, ଅକ୍ଷୟ ସାମଲ, ଗୋକୁଳାନନ ଦାଶଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନିଲ ମଲ୍ଲିକଙ୍କ ସଂଯୋଜନାରେ ଉପଦେଷ୍ଟା ଅଭୟ କୁମାର ଦାସ ବକ୍ତବ୍ୟ ରଖିଥିବା ବେଳେ କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ. ବସନ୍ତ ଦାସ, ଡ. ସୁମନ ଦତ୍ତ, ବିଜୟ ପାତ୍ର, କନକଲତା ମିଶ୍ର, ଡ. ଜୟନ୍ତୀ ପାଢୀ, ଅର୍ଚ୍ଚନା ମହାନ୍ତି, ସନ୍ତୋଷ ରଥ, ମନୋଜ ପଣ୍ଡା, ଜ୍ଞାନେନ୍ଦ୍ର ଦାଶ, ଜ୍ୟୋତିରଂଜନ ମହାପାତ୍ର, ଡ. କୃପାସିନ୍ଧୁ ନାୟକ, ସ୍ମିତା ମିଶ୍ର, ଡ. ସନାତନ ପ୍ରଧାନ, ବିଷ୍ଣୁ ମହାନ୍ତି, ପ୍ରଦୀପ କୁମାର ପଟ୍ଟନାୟକ, ଦୀନବଂଧୁ ରଥ, କୁଞ୍ଜବିହାରୀ ରାଉତ, ଟୁକୁଲା ପାଢୀ, ଟି ଏସ ମଧୁସୂଦନ, ରଘୁନନ୍ଦନ ପାଢୀ, ତାରିଣୀ ଚରଣ ସାହୁ, ଅମୂଲ୍ୟ ଚରଣ ବରାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.