ବାଙ୍କେଲ ଗ୍ରାମରେ ସମ୍ବିଧାନ ଦିବସ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ବାଙ୍କେଲ ଗ୍ରାମର ଆମ୍ବେଦକର କ୍ଲବ ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଆମ୍ବେଦକର କ୍ଲବ ସଭାପତି ଅମର ସୁନାଙ୍କ ନେତୃତ୍ୱରେ ଅନୁଷ୍ଠିତ ସମ୍ବିଧାନ ଦିବସରେ ସଂଗଠନର ସମସ୍ତ ସକ୍ରିୟ କର୍ମକର୍ତ୍ତା ଉପସ୍ଥିତ ରହି ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ପୂଷ୍ପମାଲ୍ୟ ଅର୍ପଣ କରି, କ୍ୟାଣ୍ଡେଲ ଜଲାଇବା ସହ ସମ୍ବିଧାନ ସୁରକ୍ଷା ଉପରେ ନିଜ ନିଜର ମତବ୍ୟକ୍ତ ରଖିଥିଲେ । କାର୍ଯ୍ୟକ୍ରମରେ ଆମ୍ବେଦକର ସଂଘର କର୍ମକର୍ତ୍ତା ପାର୍ଥରାମ ଭୋଇ, ରଘୁ ସୁନା, ଦିଗାମ୍ବର ସୁନା, ପ୍ରେମରାଜ ସୁନା ଓ ଭବାନୀ ସୁନା ପ୍ରମୁଖଙ୍କ ସହ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.